Odisha news

କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ଯେଉଁ ସରକାରୀ ବ୍ୟକ୍ତିଙ୍କ ମାତା ପିତା କରୋନା ସଂକ୍ରମିତ ହେବେ ସେମାନଙ୍କୁ କେନ୍ଦ୍ର ପକ୍ଷରୁ ୧୫ଦିନ ଛୁଟି ପ୍ରଦାନ

ନୂଆଦିଲ୍ଲୀ : କର୍ମ ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଯେ କୌଣସି କର୍ମଚାରୀ ଙ୍କ ପରିବାରର ଯେ କୌଣସି ସଦସ୍ୟ କାରୋନା ସଂକ୍ରମିତ ହେବା ଦ୍ଵାରା ୧୫ ଦିନର ଅବକାଶ ଦିଆଯିବ ।
SCL ର ସମାପ୍ତି ପରେ ର ୧୫ଦିନ ପରେ ପରିବାରର ଯେ କୌଣସି ସଦସ୍ୟ ଙ୍କ ର ଆବଶ୍ୟକତା ହେଲେ ୧୫ ଦିନରୁ ଅଧିକ ମଧ୍ୟ ଛୁଟି ଦିଆଯାଇ ପାରିବ ।
ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ସଂକ୍ରମଣ ପାଇଁ ଡାକ୍ତରଖାନା ରେ  ଭର୍ତ୍ତି , ସଂଗରୋଧ ଓ ଚିକିତ୍ସା କୁ ନେଇ ବିସ୍ତୃତ ଆଦେଶ ଜାରୀ କରାଯାଇଛି । ସରକାରୀ କର୍ମଚାରୀ ମାନଙ୍କ ଦ୍ଵାରା ଭୋଗ କରୁଥିବା ଅସୁବିଧାକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି ।
ଆଦେଶରେ କୁହାଯାଇଛି ସରକାରୀ କର୍ମଚାରୀ ମାନଙ୍କୁ ୨୦ଦିନର କମ୍ୟୁଟେଡ ଲିଭ୍ ମଧ୍ୟ ଦିଆଯିବ ଯେତେବେଳେ ସେମାନେ କୋଭିଡ୍ ୧୯ ରେ ସଂକ୍ରମିତ ହୋଇ ଘରେ ସଂଗ ରୋଧ ରେ ରହିଥିବେ ।
କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ କୁ ଜାରୀ କରାଯାଇଥିବା ବିଜ୍ଞପ୍ତି ରେ ଏହି ସୂଚନା ଦେଇଛନ୍ତି ଯେ ଯଦି କୌଣସି କର୍ମଚାରୀ କରୋନା ସଂକ୍ରମିତ ହୋଇ ଥାଆନ୍ତି ତେବେ ସେ ସମସ୍ତ କାଗଜପତ୍ର ଦାଖଲ କରିବା ଦ୍ୱାରା ତାଙ୍କୁ ୨୦ଦିନ କମ୍ୟୁଟେଡ ଲିଭ୍ ପ୍ରଦାନ କରାଯିବ ।
ଯଦି ପରିବାର ସଦସ୍ୟ କରୋନା ଆକ୍ରାନ୍ତ ହୋଇଥାଆନ୍ତି ତେବେ ୧୫ଦିନର ଆକସ୍ମିକ ଅବକାଶ ଦିଆଯିବ ।
ଏହା ଜୁନ୍ ୭ତାରିଖ ଦିନ ନିଜ ବିଜ୍ଞପ୍ତି ରେ ଜାରୀ କରିଛନ୍ତି । ଯଦି ସେ ଚାହିଁବେ ସେହି ସମୟରେ ୱାର୍କ୍ ଫ୍ରମ୍ ହୋମ୍ ଭାବରେ କାର୍ଯ୍ୟ କରିବା ଭାବରେ ଗ୍ରହଣ କରାଯିବ ।
Nalco

Comments are closed.