Odisha news

ଦେବୀ ଲକ୍ଷ୍ମୀ ଙ୍କ ଭଉଣୀ ଅଲକ୍ଷ୍ମୀ କେଉଁଠାରେ କରିଥାନ୍ତି ବାସ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ପ୍ରକାରର ପୂଜା ବିଧି କରିଥାଆନ୍ତି । ଏମିତିରେ କହିବାକୁ ଗଲେ ମାତା ଲକ୍ଷ୍ମୀଙ୍କ ଲୀଳା ବିଷୟ ରେ ସମସ୍ତେ ଅବଗତ ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି ।

କଣ ଆପଣ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କ ଭଉଣୀ ଅଲକ୍ଷ୍ମୀଙ୍କ ବିଷୟ ରେ ଆସନ୍ତୁ ଆଜି ଜାଣିବା କିଛି ରୋଚକ କଥା ।
* ହିନ୍ଦୁ ଧର୍ମରେ ଅଲକ୍ଷ୍ମୀ ହେଉଛନ୍ତି ଲକ୍ଷ୍ମୀଙ୍କ ବଡ଼ ଭଉଣୀ । ଯେଉଁଠି ମାତା ଲକ୍ଷ୍ମୀ ରହି ଥାଆନ୍ତି ସେଠାରେ ଧନ ଦୌଲତ ର ସମ୍ଭାର ରହିଥାଏ । କିନ୍ତୁ ଯେଉଁଠି ଅଲକ୍ଷ୍ମୀ ବାସ କରନ୍ତି ସେଠାରେ ଦାରିଦ୍ର୍ୟ ବାସ କରିଥାଏ । ସେଥିପାଇଁ କୌଣସି ସ୍ଥାନରେ ତାଙ୍କୁ ପୂଜା କରାଯାଏ ନାହିଁ ।

* ପୌରାଣିକ ଶାସ୍ତ୍ର ଅନୁସାରେ ଅଲକ୍ଷ୍ମୀଙ୍କ ବିବାହ ଋଷି ଉଦଳକ ଙ୍କ ସହିତ । ବିବାହ ପରେ ଯେତେବେଳେ ଋଷି ତାଙ୍କୁ ନେଇ ଆଶ୍ରମକୁ ଗଲେ ସେଠାରେ ସେ ପ୍ରବେଶ କରିବା ପାଇଁ ମନାକରିଥିଲେ । ଏହାର କାରଣ ପଚାରିବାରୁ ଋଷି ସେ କହିଥିଲେ ଯେଉଁ ସ୍ଥାନରେ ଅଳିଆ ଆବର୍ଜନା , କଳହ ଓ କ୍ଲେସ ଥାଏ ସେଠାରେ ମୁଁ ବାସ କରିଥାଏ।

* ହିନ୍ଦୁ ଧର୍ମରେ ପୂଜନୀୟ ହେଲେ ମଧ୍ୟ ପିପଲ୍ ବୃକ୍ଷ ଘରେ ଲଗାଇବା ଅଶୁଭ ଅଟେ । କାରଣ ଦିନର ଗୋଟିଏ ପହର ଏଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ପୌରାଣିକ ମାନ୍ୟତା ଅନୁସାରେ ଦିନ ସମୟ ରେ ଏଠାରେ ମାତା ଲକ୍ଷ୍ମୀ ଯଦି ବାସ କରନ୍ତି ରାତି ସମୟର ଅଲକ୍ଷ୍ମୀ । ମାନ୍ୟତା ରହିଛି ଯଦି ରାତ୍ରି ସମୟ ରେ କୌଣସି ବ୍ୟକ୍ତି ପିପଲ ବୃକ୍ଷ ନିକଟକୁ ଯାଇଥାଏ ତାକୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳି ନଥାଏ ।

* ଦୋକାନ ହେଉ କିମ୍ବା ଘର କୌଣସି ସ୍ଥାନରେ ଲକ୍ଷ୍ମୀଙ୍କ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ୍ ନୁହେଁ। ଠିଆ ହୋଇଥିବା ଫଟୋ କି ମୂର୍ତ୍ତି ରଖନ୍ତୁ ନାହଁ କାରଣ ଏପରି କଲେ ଅଲକ୍ଷ୍ମୀ ବାସ କରିବେ । ଯେଉଁ ଘର ସଫା ସୁତୁରା ରହିଛି ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ସବୁବେଳେ କଳହ ଓ କ୍ଲେଶ ଠାରୁ ଦୂରେଇ ରହିବା ଉଚିତ୍ । ଝଗଡ଼ା ହେଲେ ଲକ୍ଷ୍ମୀ ଘରୁ ଚାଲି ଯାଇଥାଆନ୍ତି।

IEC 2 years

Comments are closed.