Odisha news

୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବେ ବାଚସ୍ପତି , ଭାରତୀୟ ସଂସଦୀୟ ପରମ୍ପରାର ଗରିମାମୟ ଐତିହ୍ୟକୁ ଅଧିକ ସୁଦୃଢ଼ କରାଯିବ : ବାଚସ୍ପତି

0

ଭୁବନେଶ୍ୱର(Suvendra Pattanaik) : ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଅକେଫାବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଦେଶଗସ୍ତରେ
ଯିବେ । ଆଜି ଏ ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘରେ ୫୬ଟି ଦେଶ ସଭ୍ୟ ଭାବେ ରହିଥିବାବେଳେ ଭାରତ ଏହା ମଧ୍ୟରୁ ଅନ୍ୟତମ ସର୍ବବୃହତ୍ତମ ରାଷ୍ଟ୍ର । ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲାଙ୍କ ନେତୃତ୍ୱରେ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ପାର୍ଲାମେଣ୍ଟ ସଦସ୍ୟ, ୨୨ଟି ରାଜ୍ୟର ବାଚସ୍ପତି, ଉପବାଚସ୍ପତି ଓ ସଚିବ ଏହି ସମ୍ମିଳନୀରେ ଯୋଗଦେଉଛନ୍ତି ।
ବାଚସ୍ପତିଙ୍କ ସୂଚନା ଅନୁଯାୟୀ ସେ ଅକେଫାବର ୫ ତାରିଖ ଦିନ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଲଣ୍ଡନ ଦେଇ ଅକେଫାବର ୬ ତାରିଖ ଦିନ ବାର୍ବାଡୋସ୍‌ରେ ପହଞ୍ଚିବେ । ଅକେଫାବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବାର୍ବାଡୋସ୍‌ର ରାଜଧାନୀ ବି୍ରଜ୍‌ଟାଉନ୍‌ଠାରେ ଅବସ୍ଥାନ କରିବା ସହ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ବକ୍ତବ୍ୟ ରଖିବେ ।
ପ୍ରଥମେ ଅକେଫାବର ୭ ତାରିଖ ଦିନ ବାଚସ୍ପତି ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ଯୋଗଦେଇ ‘ରାଜ୍ୟଗୋଷ୍ଠୀ ମଧ୍ୟରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଂସଦଗୁଡ଼ିକୁ ସାକାର କରିବା ପାଇଁ ଭଲ ଅଭ୍ୟାସ ଓ ରଣନୀତି’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ଅକେଫାବର ୮ ତାରିଖ ଦିନ ‘ରାଜ୍ୟଗୋଷ୍ଠୀ: ଏକ ବୈଶ୍ୱିକ ସହଭାଗୀ’ ଓ ‘ବେଜିଂ ଣ୍ଟ୩୦ ପରଠାରୁ ସଂସଦ: ଲିଙ୍ଗଗତ ସମାନତା ପାଇଁ ପ୍ରଗତି, ଆହ୍ୱାନ ଓ ମାର୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ଓ ‘ଗଣତନ୍ତ୍ରର ସମର୍ଥନ ପାଇଁ ଆମ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ’ ଉପରେ ମାନ୍ୟବର ବାଚସ୍ପତି ନିଜର ଆଭିମୁଖ୍ୟ ରଖିବେ । ଏଥି ସହିତ ‘ରାଜନୀତିରେ ଭିନ୍ନକ୍ଷମ ମହିଳାଙ୍କ ଅଂଶଗ୍ରହଣ ପାଇଁ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା’ ଆଲୋଚନାରେ ମଧ୍ୟ ମାନ୍ୟବର ବାଚସ୍ପତି ନିଜର ମତ ଉପସ୍ଥାପନ କରିବେ ।
ଅକେଫାବର ୯ ତାରିଖ ଦିନ ‘ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଓ ଏହାର ଦୀର୍ଘସ୍ଥାୟୀ ସମାଧାନର ପନ୍ଥା ନିର୍ଦ୍ଧାରଣ’ ଓ ‘ଜାତୀୟ ସଂସଦ ବନାମ ପ୍ରାଦେଶିକ, ଆଞ୍ଚଳିକ ଓ ବିକଶିତ ବିଧାନସଭା: କ୍ଷମତା ପୃଥକୀକରଣକୁ ସୁରକ୍ଷା ଓ ସଂରକ୍ଷଣ’ ଆଲୋଚନାରେ ମାନ୍ୟବର ବାଚସ୍ପତି ଅଭିଭାଷଣ ଉପସ୍ଥାପନ
କରିବେ ।
ଅକେଫାବର ୧୧ ତାରିଖ ଦିନ ସମ୍ମିଳନୀ ପରବର୍ତ୍ତୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ମାନ୍ୟବର ବାଚସ୍ପତି ଅଧ୍ୟୟନ ଗସ୍ତରେ (ଷ୍ଟଡିଟୁର୍‌) ବି୍ରଜଟାଉନ୍‌ରୁ ଲଣ୍ଡନ ଅଭିମୁଖେ ଗସ୍ତ କରି ସେଠାରେ ଅକେଫାବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ଏହି ଅବଧି ମଧ୍ୟରେ ସେ ଲଣ୍ଡନରେ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀର ବାର୍ତ୍ତା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ରଣପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବାରୁ ସେ ତାଙ୍କର ଲଣ୍ଡନ ଗସ୍ତ ସମୟରେ ଶହୀଦ ରଘୁ-ଦିବାକର ବେଜେଲ୍‌ଗେଟ୍‌ଙ୍କୁ ଯେଉଁ ଠେଙ୍ଗାରେ ପ୍ରହାର କରି ମାରି ଦେଇଥିଲେ, ବି୍ରଟିଶ ମୁ୍ୟଜିୟମ୍‌ରେ ଥିବା ସେହି ଠେଙ୍ଗାକୁ ନିଶ୍ଚୟ ଦେଖିବେ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ।
ଅକେଫାବର ୧୪ ତାରିଖରେ ସୁଇଜରଲ୍ୟାଣ୍ଡର ଜୁରିକ୍‌ରେ ପହଞ୍ଚି ମାନ୍ୟବର ବାଚସ୍ପତି ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଅବଧିରେ ସେ ଭାରତୀୟ ହାଇକମିଶନର ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ସମ୍ମିଳନୀରେ ଆଲୋଚିତ ବିଷୟବସ୍ତୁ ଉପରେ ମତବିନିମୟ କରିବେ । ଅକେଫାବର ୧୬ରୁ ୧୮ ତାରିଖ ମଧ୍ୟରେ ପ୍ୟାରିସ୍‌ରେ ଅବସ୍ଥାପନ କରି ମାନ୍ୟବର ବାଚସ୍ପତି ପ୍ରବାସୀ ଓଡ଼ିଆମାନଙ୍କ ସହିତ ଭାବବିନିମୟ କରିବେ । ମାନ୍ୟବର ବାଚସ୍ପତି ଅକେଫାବର ୧୮ ତାରିଖ ଦିନ ପ୍ୟାରିସ୍‌ରୁ ବାହାରି ନୂଆଦିଲ୍ଲୀ ଦେଇ ଅକେଫବାର ୧୯ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଓ ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply