Odisha news

ମୋ ଉପକାରୀ ବଗିଚା ସଂପର୍କରେ ତାଲିମ ଶିବିର

0

ସୋର : ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ଅଙ୍ଗନବାଡ଼ି କେନ୍ଦ୍ରରେ ମୋ ଉପକାରୀ ବଗି· ସଂପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦହିସଡ଼ା, ମୁଳିସିଂ ଏବଂ ବାଳଙ୍ଗ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ଗାଁ’ସାଥୀମାନେ ଯୋଗଦେଇ ତାଲିମ ନେଇଥିଲେ । ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସୋର ବିଡିଓ ସୁଶାନ୍ତ କୁମାର ବାରିକ, ଏପିଓ ଶୁଭଦ୍ରା ରାଉତ ଏବଂ ବିଏଲ୍ସି ଇତିଶ୍ରୀ ଜୀଉ ଯୋଗଦେଇ ଶିବିରାର୍ଥୀମାନଙ୍କୁ ମୋ ଉପକାରୀ ବଗି· ସଂପର୍କରେ ଆଲୋଚନା କରିଥିଲେ ।

ମାଷ୍ଟର ଟ୍ରେନର ସୁଶୀଲ କୁମାର ମହାନ୍ତି ଏବଂ ପ୍ରଶାନ୍ତ କୁମାର ଭୂୟାଁ କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ସମାଜରୁ ଅପପୁଷ୍ଟି ଦୂରକରିବା, ପରିପୂରକ ଖାଦ୍ୟର ·ହିଦା ମେଣ୍ଟାଇବା ଏବଂ ରାସାୟନିକ ସାର ଓ ଓøଷଧର କୁପ୍ରଭାବକୁ ଏଡ଼ାଇ ଜୈବିକ ସାର ଓøଷଧ ଦ୍ୱାରା ମୋ ଉପକାରୀ ବଗି·ରେ ପନିପରିବା ଅମୃତଭଣ୍ଡା, ଲେମ୍ବୁ, ଶାଗ ପ୍ରଭୃତି ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ଜୀବିକା ମିଶନ ଓ ମନରେଗାର ମିଳିତ ଆନୂକୁଲ୍ୟରେ ଜଣେ ହିତାଧିକାରୀ ଗୋଟିଏ ବଗି·ପାଇଁ ୧୦ହଜାର ୭୨୯ଟଙ୍କା ସରକାରଙ୍କ ଠାରୁ ସହାୟତା ରାଶି ପାଇପାରିବେ ବୋଲି ଘୋଷଣା । ଏହି ଶିବିରରେ ଦହିସଡ଼ାର ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Leave A Reply