Odisha news

ଔପଦା ଅତିରିକ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର କରି ୩ ଗିରଫ

0

ଔପଦା :  ଓøପଦା ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ସୋରିଷପାଳ ଗ୍ରାମର କେତେକ ଯୁବକ ଦୁର୍ବ୍ୟବହାର କରି ଗିରଫ ପରେ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ତହସିଲଦାର ଶ୍ରୀ ନାୟକ ଗତ ୧୮ ତାରିଖ ଦିନ ୧୧ଟା ସମୟରେ ଆବେଦନ କରିଥିବା ଗ୍ରାମର ଭୂମିହୀନ ସୋନାରାମ ସୋରେନଙ୍କୁ ଜମିପଟ୍ଟା ପାଇଁ ଜାଗା ଚିହ୍ନଟ କରିବାକୁ ଯାଇଥିଲେ ।

ଏହି ସମୟରେ ରଂଗାମାଟିଆ ଠାରେ ରାସ୍ତାକଟରେ ଥିବା ଏକ ଦୋକାନରେ ଲୋକମାନଙ୍କର ଭିଡକୁ ଦେଖି ତହସିଲଦାର ଶ୍ରୀ ନାୟକ ସେଠାରେ ଗାଡିକୁ ଅଟକାଇ କରୋନା ସମୟରେ ଭିଡ ଜମାନ୍ତୁ ନାହିଁ ଓ ମୁହଁରେ ମାସ୍କ ଲଗାଇ ନାହଁ କାହିଁକି କହିବାରୁ ସେଠାରେ ଥିବା ଜନୈକ ଯୁବକ ଏଠାରେ କରୋନା ନାହିଁ ଆମକୁ ଏହି ରୋଗ ହେବ ନାହିଁ କହି ପ୍ରତିବାଦ କରିଥିଲେ ।

ତହସିଲଦାର କିଛିବାଟ ଗଲାପରେ ଭୂମିହୀନ ଶ୍ରୀ ସୋରେନଙ୍କ ଘର ସେହି ନିକଟରେ ହୋଇଥିବାରୁ ଗାଡିରେ ଫେରୁଥିବା ସମୟରେ ଏହି ଯୁବକମାନେ ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସଂଘେ ଆକ୍ରମଣ କରିବାକୁ ପଛାଇନଥିଲେ । ତୁରନ୍ତ ତହସିଲଦାର ଔପଦା ଥାନାକୁ ଖବରଦେବା ପରେ ଥାନା କର୍ମଚାରୀମାନେ ସେଠାରେ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିବା ବେଳେ ଥାନାରେ ଶ୍ରୀ ନାୟକ ମଧ୍ୟ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଜଗବନ୍ଧୁ ପାତ୍ର,ଶମ୍ଭୁନାଥ ପାତ୍ର,ଜୟନ୍ତ ପାତ୍ର ଓ ସର୍ବେଶ୍ୱର ପାତ୍ରଙ୍କୁ ଥାନାକୁ ଅଣାଯାଇଥିଲା । ସର୍ବେଶ୍ୱରଙ୍କୁ ଥାନାରେ ଅଟକ ରଖାଯାଇ ସଂପୃକ୍ତ ଅନ୍ୟ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

Leave A Reply