Odisha news

ସୋର ବ୍ଲକରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

0

ସୋର,୨୯/୫ ସୋର ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହ ପରିସରରେ ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲାପାଳ ଏବଂ ଏସପି ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏବଂ ଏସପି ସାଗରୀକା ନାଥ ଉପସ୍ଥିତ ରହି 134 ଟି ଅଭିଯୋଗର ଶୁଣାଣି କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କୁନାଲ ମୋଚିରାମ ଚୌହାନ,ପିଡି ବିଶ୍ୱରଂଜନ ନାୟକ, ତହସିଲଦାର ବସନ୍ତ କୁମାର ସାହାଣୀ, ବାଲେଶ୍ୱର ଜିଲ୍ଲା ଚିକିତ୍ସାଧିକାରୀ ଦୁଲାଳସେନ ଜଗଦେବ, ସୋର ଥାନା ଆଇଆଇସି ସୁଜାତା ଖମାରୀ ଉପସ୍ଥିତ ଥିଲେ. ଏହି ଜନ ଶୁଣାଣୀ ଶିବିରକୁ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ କରୁଣାକର ଧିନ୍ଦା ପରିଚାଳନା କରିଥିଲେ. ଏଥିରେ ମୋଟ 134 ଟି ଅଭିଯୋଗ ମଧ୍ୟରୁ ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏବଂ ଅନ୍ୟ ଅଭିଯୋଗ ଉପରେ ଶୁଣାଣି କରି ସାତ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିର୍ଦେଶ ଦେଇଥିଲେ. ଏହି ଶିବିରରେ ବ୍ଲକରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମକୁ ସୋର ବ୍ଲକ ଜିପିଓ ସୁଧୀର କୁମାର ସାହୁଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ

Nalco
Leave A Reply