ସୋର 29/5/23:-କବିବର କଳା ସଂସ୍କୃତି ସଙ୍ଘ କମାଣ ପୁର ର ସପ୍ତମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ଟାଉନ ହଲ ଠାରେ.. ମହାସମାରୋହ ରେ ପାଳିତ ହୋଇଯାଇଛି.. ସଙ୍ଘ ର ପ୍ରଥମ ଦିନରେ କଳାକାର ସଙ୍ଘ ତରଫରୁ ହନୁମାନ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଟାଉନ ହଲ ରେ ପହଂଚି ଥିଲେ ଏହି ଶୋଭାଯାତ୍ରା ରେ ସଂକୀର୍ତନ, ଆଦିବାସୀ ନୃତ୍ୟ, ବ୍ୟାଣ୍ଡ ପାର୍ଟି, ଶଙ୍ଖ ଧ୍ଵନି ରେ ପ୍ରକମ୍ପିତ ହେଉଥିଲା…ପ୍ରଥମ ଦିନରେ ସଙ୍ଘ ର ମୁଖ୍ୟ ପରିଚାଳକ ଲମ୍ବୋଦର ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ…ପରେ ସଭା କାର୍ଯ୍ୟ ରେ ସଙ୍ଘ ର ସଭାପତି ଭାଗବତ ତରେଇ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସୋର ପୌରପାଳିକା ନଗର ପାଳ ମାଧବ ଧଡ଼ା, ପାରିଷଦ ରଞ୍ଜନ କୁମାର ଦାସ, ଉପନଗର ପାଳିକା ସସ୍ମିତା ଦାସ ଏବଂ ରବୀନ୍ଦ୍ର କୁମାର ଜେନା ଏବଂ ପୂର୍ବତନ ନଗରପାଳ ନଳିନୀ କାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ..ସଙ୍ଘ ର ସମ୍ପାଦକ ସତ୍ୟଜିତ ସାହୁ ବିବରଣୀ ପାଠ କରିଥିଲେ..
ଅପରାହ୍ନ ଅଧିବେଶନ ରେ କେତେକ କଳାକାର ଓ ସମାଜସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା….ଦ୍ୱିତୀୟ ଦିନରେ ବିଭିନ୍ନ କଳାପରିଷଦ ତରଫରୁ ନୃତ୍ୟ ପରିବେଷଣ ସହ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା…ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଧାମନଗର ବିଧାୟକ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ବକ୍ତା ବେଳେ ସୋର ନଗର ପାଳ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ..ଉକ୍ତ ସଭା ରେ ସଙ୍ଘ ର ସଭାପତି ଭାଗବତ ତରେଇ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ଜୟନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ…ଉକ୍ତ ସଭା ରେ ସୁମତି ମହାନ୍ତି ଶ୍ରୀ ଉଧବ ଚରଣ ବିଶ୍ୱାଳ,ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କ ସମ୍ପର୍କ ରେ ବିଭିନ୍ନ କଳା ନୈପୂର୍ଣ ବର୍ଣ୍ଣନା କରିବା ସହ କଳାକାର ମାନଙ୍କର ଅସୁବିଧା ସଂପର୍କ ରେ ସୂଚନା ଦେଇ ଦୁଃଖ ପ୍ରକାଶ କରିଥିଲେ.. ଏହି ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ଈଶ୍ୱର ଚନ୍ଦ୍ର ବେହେରା ପରେ କବିବର କଳା ସଂସ୍କୃତି ସଙ୍ଘ ପରିବାର ବର୍ଗ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୁପୁର ଡ୍ୟାନ୍ସ ଗ୍ରୁପ ଦ୍ୱାରା ପରିବେଷଣ ହୋଇଥିଲା… ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ କୁ ଦେଖିବା ଲାଗି ବହୁ କଳାକାର ଦୂର ଦୁରାନ୍ତ ରୁ ଆସିବା ସହ ସ୍ଥାନୀୟ ଲୋକ ଦୈନ ଦିନ ଏହାକୁ ବେଶ ଉପଭୋଗ କରିଥିଲେ