Odisha news

ପ୍ରଖ୍ୟାତ ଅଣୁଜୀବ ବିଜ୍ଞ୍ୟାନୀ ଡ. ଶଶୀଭୂଷଣଙ୍କ ୮ ମ ଶ୍ରାଦ୍ଧବାର୍ଷିକ : ଭାଷା ସାହିତ୍ୟ ଓ ବିଜ୍ଞ୍ୟାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକଙ୍କ ମତ ପ୍ରକାଶ

0
ସୋର ୨୨/୩ ସୋର ବ୍ଲକ ପାଖର ପଞ୍ଚାୟତ ଦୁର୍ଗାପୁର ଗ୍ରାମର ବିଶ୍ୱ ଜାତିସଙ୍ଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ମନୋନ୍ନୀତ ପ୍ରଖ୍ୟାତ ଅଣୁଜୀବ ବିଜ୍ଞ୍ୟାନୀ ତଥା ଜର୍ମାନ ସରକାରଙ୍କ ସର୍ବୋଚ୍ଚ ଶିକ୍ଷା ସମ୍ମାନପ୍ରାପ୍ତ, ଆମେରିକା ସ୍ଥିତ ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଆସୋସିଏଟ ଡିନ ସ୍ବର୍ଗତ ଡ. ଶଶୀଭୂଷଣ ମହାନ୍ତିଙ୍କ ୮ମ ଶ୍ରାଦ୍ଧଉତ୍ସବ ଅବସରରେ “ପ୍ରାଚୀନ ସାହିତ୍ୟରେ ବୈଜ୍ଞ୍ୟାନିକ ଅନୁଚିନ୍ତା ” ଶୀର୍ଷକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗଦେଇ ଭାଷା ସାହିତ୍ୟ ଓ ବିଜ୍ଞ୍ୟାନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ମତବ୍ୟକ୍ତ କରିଥିଲେ. ଡ. ଶଶୀ ଭୂଷଣ ମହାନ୍ତି ସ୍ମୃତି କମିଟି ଏବଂ ରାମଚରିତ ମାନସ କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଜିଲ୍ଲାଜଜ ତଥା ବିଶିଷ୍ଟ ଶିକ୍ଷାବିତ କମଲ ଲୋଚନ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା. ଏଥିରେ ମୁଖ୍ୟ ଅତିଥି ଭାବେ ୟୁଏନ କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ.ରବୀନ୍ଦ୍ର ବିହାରୀ ଯୋଗଦେଇ ପ୍ରାଚୀନ ସଂସ୍କୃତ ସାହିତ୍ୟରେ ଥିବା ପ୍ରଚେତା ମାନେ ବିଜ୍ଞ୍ୟାନ ଭିତ୍ତିକ ଗ୍ରନ୍ଥ ରଚନା କରି ଆମ ଦେଶକୁ ସମଗ୍ର ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ. ମୁଖ୍ୟବକ୍ତା ଭାବେ ୟୁଏନ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଜୟ କୁମାର ପଣ୍ଡା ଯୋଗଦେଇ ଯୁଗଜନ୍ମା ଶଶୀଭୂଷଣଙ୍କ ପରି ଆମ ରାଜ୍ୟରେ ବାରମ୍ବାର ଜନ୍ମଗ୍ରହଣ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ. ସାରସ୍ୱତ ମହାବିଦ୍ୟାଳୟର ଅଧ୍ୟାପିକା ରଶ୍ମିରାଣୀ ଦାସ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ସମାଜର ଅଭିବୃଦ୍ଧିରେ ବିଜ୍ଞ୍ୟାନର ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ. ଅନ୍ୟତମ ସମ୍ମାନିତ ଅତିଥିଭାବେ କଟକର ବରିଷ୍ଠ ସାମ୍ବାଦିକ ବାବାଜୀ ସାହୁ ଯୋଗଦେଇ ଶଶୀ ଭୂଷଣ ମହାନ୍ତି କେବଳ ସୋର ଅଞ୍ଚଳର ନୁହଁ ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଏବଂ ଗୌରବ ବୋଲି ମତବ୍ୟକ୍ତ କରିଥିଲେ. ପ୍ରାରମ୍ଭରେ ସ୍ମୃତି କମିଟିର ଆବାହକ ଶୁଭ୍ରାଂଶୁ ଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସାହିତ୍ୟିକ ବିଦ୍ୟାଧର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ. ଏହି କାର୍ଯ୍ୟକ୍ରମକୁ ସତ୍ୟାନନ୍ଦ ମହାପାତ୍ର, କରୁଣାକର ମହାନ୍ତି, ଜଗବନ୍ଧୁ ନାୟକ, ଅଧ୍ୟାପିକା ବନିକା ମହାନ୍ତି, ଯୋଗେନ୍ଦ୍ର ଶତପଥି, ପରମେଶ୍ୱର ମହାପାତ୍ର ଏବଂ ବିଭୁତି ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ.
Nalco
Leave A Reply