Odisha news

ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଦାବିପତ୍ର ପ୍ରଦାନ

0

ସୋର,10/3: ସୋର ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନିଷ୍ପତ୍ତି କ୍ରମେ ଆଜି ଅପରାହ୍ନରେ ଏକ ୩ ଦଫା ଦାବୀପତ୍ର ସୋର ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରୀ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋର ଆଶ୍ରମ ଛକରୁ ୨ ଶହରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସୋର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବି ପତ୍ର ପ୍ରଦାନ କରିଥିଲେ। ତିନି ଦଫା ଦାବି ଗୁଡିକ ମଧ୍ୟରେ ଛଅ ବର୍ଷ ଶିକ୍ଷା ସମୟକୁ ମୂଳ ଚାକିରୀରେ ଗଣନା କରିବା ସହିତ ୬ ଟି ଇନକ୍ରିମେଣ୍ଟ ପ୍ରଦାନ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ପୁରୁଣା ପେନସନ ପୁନଶ୍ଚ ଲାଗୁ କରିବା ଆଦି ଦାବୀନେଇ ଦାବୀପତ୍ର ପ୍ରଦାନ କରାଯାଇଛି .ଏହା ସହିତ ଆଗାମୀ ୧୫ ତାରିଖ ରେ ସମଗ୍ର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମୂହ ଛୁଟି ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ମହାସମାବେଶ ରେ ଯୋଗ ଦେଇ ସରକାରଙ୍କ ପ୍ରାଥମିକ ଶିକ୍ଷାକୁ ଅସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସଭାପତି ମଧୁସୂଦନ ରାଉତ, ସମ୍ପାଦକ ରବିନାରାୟଣ ଦାସ ଏବଂ କାର୍ଯ୍ୟକାରୀ ସଦସ୍ୟ ମାନେ ପରିଚାଳନା କରିଥିଲେ।

Nalco
Leave A Reply