ସୋର, ୪/୩: ସୋର ଥାନା 16 ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ପଛରୁ ଏକ ପଥର ବୋଝେଇ ଡମ୍ପର ଧକା ଦେବା ଫଳରେ ଡମ୍ପର ଡ୍ରାଇଭର ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ. ବିଳମ୍ବିତ ରାତିରେ ଓଆର 01ଆର 7600 ନମ୍ବର ବିଶିଷ୍ଟ ଡମ୍ପରଟି ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି କଷାଫଳ ଅଭିମୁଖେ ଯାଉଥିବା ବେଳେ ଛପୋଲିଆ ପୋଲ ନିକଟରେ ଆଗରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବାରୁ ଭାରସାମ୍ୟ ହରାଇ ଡମ୍ପରଟି ଟ୍ରକ ପଛକୁ ଧକା ଦେଇଥିଲା. ଫଳରେ ଡମ୍ପର ଡ୍ରାଇଭର ବେତନଟୀ ଅଞ୍ଚଳର ରତିକାନ୍ତ ଦେହୁରୀଙ୍କ ପୁଅ କୁନା ଦେହୁରୀ ଗାଡିରେ ଚାପି ହୋଇ ରହିଯାଇଥିଲେ. ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ହେଲପିଙ୍ଗ ହେଣ୍ଡସ ସଭାପତି ରହୀମତ ଅଲ୍ଲୀ ଏବଂ ସଂଗଠନର ଅନ୍ୟ ସଦସ୍ୟଙ୍କ ସହାୟତାରେ କ୍ରେନ ଲଗାଇ ଗୁରୁତ୍ତର ଅବସ୍ଥାରେ ଡମ୍ପର ଡ୍ରାଇଭର କୁନାକୁ ଉଦ୍ଧାର କରି ପୁଲିସ ଗାଡ଼ିରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ. ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି.
