ସୋର,୪/୩ : ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମ ପୁର ଗ୍ରାମର ଜଣେ ଯୁବକ ଆଜି ଅପରାହ୍ନରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ ମାଟି ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହି ଗ୍ରାମର ଶଶୀକାନ୍ତ ମଳିକଙ୍କ ପୁଅ ଜୟନ୍ତ ମଳିକ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ମାଟି କାମ କରୁଥିବା ଏକ ଟ୍ରାକ୍ଟର ସେହି ରାସ୍ତାରେ ଯାଉଥିଲା। ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଜୟନ୍ତଙ୍କ ଉପରେ ଓଲଟି ପଡିବାରୁ ଜୟନ୍ତଙ୍କ ଦେହରେ ଟ୍ରାକ୍ଟରର ଗରମ ମୋବିଲ ଢାଳି ହୋଇଯାଇଥିଲା. ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକେ ତାଙ୍କୁ ନେଇ ବାଲେଶ୍ୱର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି.
