Odisha news

ଦେହରେ କିରୋସିନ ଢାଳି ପୋଡ଼ିହୋଇ ମହିଳାଙ୍କ ଆତ୍ମହତ୍ୟା

0

ସୋର-୨୨/୦୬ : -ସୋର ବ୍ଲକ ମଧୁସୂଦନପୁର ଗ୍ରାମର ମଧୁଶାସନ ଗ୍ରାମର ଜଣେ ମହିଳା ପାରିବାରିକ କଳହରୁ ଦେହରେ କିରୋସିନ ଢାଳି ପୋଡ଼ି ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ଏହି ଗ୍ରାମର ସରୋଜ ପଣ୍ଡାଙ୍କ ସ୍ତ୍ରୀ ସୁଜାତା ପଣ୍ଡା(୩୦) ଘରୋଇ କଳିକୁ କେନ୍ଦ୍ର କରି ଗତାକାଲି ସଂଧ୍ୟାରେ ଘରେ କବାଟ କିଳି ଦେହରେ କିରୋସିନ ଢାଳି ନିଆଁ ଲାଗାଇ ଦେଇଥିଲେ । ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା କିଛି ସମୟ ପରେ ଆଜି ସକାଳେ ତାଙ୍କର ମୃତୁ୍ୟ ଘଟିଛି । ଆଜି ଶବ ବ୍ୟବଚ୍ଛେଦ ପରେ ସୋରକୁ ଅଣାଯାଇ ସକ୍ରାର କରାଯାଇଛି । ସୁଜାତାଙ୍କ ମୃତୁ୍ୟ ସଂପର୍କରେ ତାଙ୍କ ବାପଘର ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବାକୁ ମିଳୁଥିଲେ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । ପ୍ରକାଶ ଥାଉକି ସୁଜାତାଙ୍କର ୧୦ ବର୍ଷ ପୂର୍ବରୁ ସରୋଜଙ୍କ ସହିତ ବିବାହ ହୋଇଥିବା ବେଳେ ତାଙ୍କର ୮ ବର୍ଷର ପୁଅଟିଏ ଅଛି

Leave A Reply