Odisha news

ସ୍ୱାସ୍ଥ୍ୟ ମିଶନ ଜରିଆରେ ଗମ୍ବୁସିଆ ମାଛ ଚାଷ ଓ ଜିଆ ଖତ ପ୍ରକଳ୍ପ ଶୁଭାରମ୍ଭ

0

ସୋର-୨୨/୦୫ : -ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ଉନ୍ନତି ଓ ପରିବେଶ ସୁରକ୍ଷା ଲକ୍ଷ୍ୟରେ ଗମ୍ବୁସିଆ ମାଛ ଚାଷ ସହ ଭର୍ମି କମ୍ପୋଷ୍ଟ (ଜିଆ ଖତ) ଚାଷ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ଏହି ପରିସରରେ ଏକ ମଧ୍ୟମ ଧରଣର କୁଣ୍ଡ ପ୍ରସ୍ତୁତ କରାଯାଇ ସେଥିରେ ଗମ୍ବୁସିଆ ମାଛ ଜାଆଁଳ ଛଡା ଯାଇଛି । ଜମି ରହିଥିବା ସ୍ଥିର ଜଳରେ ମଶା ବଂଶ ବୃଦ୍ଧି ପାଇଁ ଅଣ୍ଡା ଦେଇଥାଆନ୍ତି । ଗମ୍ବୁସିଆ ମାଛ ଏହି ମଶା ଅଣ୍ଡା( ଲାର୍ଭା) ଖାଇ ଯାଉଥିବାରୁ ମଶା ବଂଶ ବୃଦ୍ଧି ହୋଇପାରୁନି । ମ୍ୟାଲେରିଆ ନିରାକରଣ (ଭେକ୍ଟର କଣ୍ଟ୍ରୋଲ ) ପାଇଁ ମଶା ବଂଶ ବୃଦ୍ଧି ରୋକିବାକୁ ଏହି କୁଣ୍ଡରୁ ଉତ୍ପନ୍ନ ଗମ୍ବୁସିଆ ଜାଆଁଳ ଗ୍ରାମାଞ୍ଚଳରେ ଥିବା ପୋଖରୀରେ ଛଡା ଯିବାର ଯୋଜନା ଅଛି । ଗ୍ରାମାଞ୍ଚଳ ପୋଖରୀରେ ଗମ୍ବୁସିଆ ମାଛ ଚାଷ କଲେ ସେହି ଗାଁରେ ମଶାଙ୍କ ପ୍ରାଦୃଭାବ କମିବା ସହ ଖାଦ୍ୟପୋଯୋଗୀ ମାଛ ଚାଷର କୈାଣସି ନାକାରାତ୍ମକ ପ୍ରଭାବ ନଥିବା ଜଣାପଡିଛି । ଏଥି ସହ ଏହି ପରିସରରେ ଭର୍ମି କମ୍ପୋଷ୍ଟ ( ଜିଆ ଖତ) ଚାଷ ଆରମ୍ଭ ହୋଇଛି ।

ଏକ ସ୍ୱତନ୍ତ୍ର ପିଟ୍ ପ୍ରସ୍ତୁତ କରାଯାଇ ଡାକ୍ତରଖାନା ପରିସରରୁ ବାହାରୁ ଥିବା ପଚାସଢ଼ା ବର୍ଜ୍ୟ ବସ୍ତୁ ସହ କିଛି ଗୋବର ଓ ମାଟି ଦେଇ ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଉଦ୍ୟାନ ବିଭାଗ ସହଯୋଗରେ ୨ କେଜି ଓଜନର ଜିଆ ଛଡା ଯାଇଛି । ଏଥିରୁ ପ୍ରସ୍ତୁତ ଅତି ଉନ୍ନତମାନର ଖତ ଏବେ ପରିସରରେ ରୋପଣ କରାଯାଇଥିବା ବିଭିନ୍ନ କିସମର ଚାରାରେ ଦିଆଯାଉଛି । ଏବେ ଏହି ପରିସରରେ ଭର୍ମି କମ୍ପୋଟ ପ୍ରସ୍ତୁତି ପରେ ପରିବେଶ ସ୍ୱଚ୍ଛ ରହିବା ସହ ସେଥିରୁ ପ୍ରସ୍ତୁତ ଖତ ରୋପଣ ହୋଇଥିବା ଶତାଧିକ ଔଷଧୀୟ ବୃକ୍ଷ, ଫଳ ଓ ଫୁଲ ଚାରା ବୃଦ୍ଧିରେ ସହାୟକ ହେଉଛି । ଏହି ଦୁଇ ପ୍ରକଳ୍ପ ପରେ ପରିସର ଯଥେଷ୍ଟ ସ୍ୱଚ୍ଛ ରହୁଥିବା ପରିଲକ୍ଷିତ ହୋିଛି । ଏସବୁ ପରେ ପରିସରରେ ବର୍ଷା ଜଳ ସଂରକ୍ଷଣ ସହ ୫ କିଲୋ ୱାଟ୍ ସୈାର ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ଏବେ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସତ୍ୟନାରାୟଣ ନାୟକଙ୍କ ତତ୍ୱାବଧାନରେ ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ କରାଯାଇବାକୁ ପିଏଚ୍ଓଇଓ ବୈକୁଣ୍ଠନାଥ ଧାମୁଡିଆ, ବିପିଏମ୍ ମୁକ୍ତିକାନ୍ତ ପାଣିଗ୍ରାହୀ, ଆଇସିଟିସି କାଉନ୍ସିଲର ଶମ୍ଭୁନାଥ ସାହୁ, ଏସ୍ଟିଏସ୍ ତପନ କୁମାର ମହାପାତ୍ର ୪ର୍ଥ ଶ୍ରେଣୀ କର୍ମଚାରୀ ରମାକାନ୍ତ ଜେନା, ଦେବବ୍ରତ ଜେନା, ବସନ୍ତ ମହାଳିକ, କିଶୋର ଚନ୍ଦ୍ର ବେହେରା ଓ ନିରଂଜନ ଗୋଚ୍ଛାୟତ ପ୍ରମୁଖ ସହଯୋଗ ସହ ଶ୍ରମ ଦାନ କରିଛନ୍ତି ।

Leave A Reply

Your email address will not be published.