Odisha news

ରକ୍ତଦାନ ଶିବିର – ୩୦ ୟୁନିଟ୍ ରକ୍ତ ସଂଗ୍ରହ

0

କୋଣାର୍କ,୨୨/୫ କୋଣାର୍କ ପ୍ରେସ୍ କ୍ଲବ୍ ଆମ ଓଡ଼ିଶା ଓ ଏଚ୍ଡ଼ିଏଫ୍ସି ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ରବିବାର କୋଣାର୍କ ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ନିମାପଡ଼ା ଏସ୍ଡ଼ିପିଓ ଦେବାଶିଷ ମିଶ୍ର, ଏଚ୍ଡ଼ିଏଫ୍ସି ବ୍ୟାଙ୍କ ପରିଚାଳକ ଦେବାଶିଷ ପାଣି, ପୁରୀ ଜିଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ୍, କୋଣାର୍କ ପ୍ରେସ୍ କ୍ଲବ୍ ସଭାପତି ଧନଞ୍ଜୟ ବେହେରା, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗତବର୍ଷ କୋରନା ସଂକ୍ରମଣରେ ମୃତୁ୍ୟବରଣ କରଥିବା କରୋନା ଯୋଦ୍ଧା ସଂଗ୍ରାମ କେଶରୀ ମହାପାତ୍ରଙ୍କ ସ୍ମୃତି ଉଦେ୍ଦଶ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ୩୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ବିଶ୍ୱଜିତ୍ ରାଉତରାୟ, ନିରଞ୍ଜନ ତି୍ରପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply