Odisha news

ଗଞ୍ଜାମ ଜିଲ୍ଲା ସୋରଡ଼ାରେ ୬୩ତମ ସ୍ୱାୟତ ଶାସନ ଦିବସ ପାଳିତ

0

ସୋରଡ଼ାରୁ ମନୋରଞ୍ଜନ ଅଧିକାରୀଙ୍କ ରିପୋଟ (ସକାଳ ଖବର ) : ଗଞ୍ଜାମ ଜିଲ୍ଲା, ସୋରଡ଼ା ଆଜି ହେଉଛି ଅଗଷ୍ଟ ୩୧ ତାରିଖ ଏହି ଅବସରରେ ପ୍ରତେକ ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି । ପ୍ରଥମ ଥର ପାଇଁ ରାଜ୍ୟସ୍ତରରେ ଏହାକୁ ପାଳନ କରିବାକୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ମହା ଆଡମ୍ବରରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ। ଵିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ମୁକ୍ତା ସଂଯୋଜକ ଜତୀନ୍ଦ୍ର କୁମାର ତ୍ରିପାଠୀ ଓ ଅନ୍ୟକର୍ମଚାରି ଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି। ଆଜି ପ୍ରାତଃ ସମୟରେ ରାମଧୁନ ପରେ ସହରର ବିଭିନ୍ନ ଛକରେ ଥିବା ମହାତ୍ମା ଗାନ୍ଧୀ, ବିଜୁବାବୁ, ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଠିକ ଘ.୮. ୧୫ମି. ସମୟରେ କାର୍ଯ୍ୟାଳୟ ଠାରେ ଜାତୀୟପତାକା ଉତୋଳନ କରାଯାଇଥିଲା।ଏହାପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ଠାରେ ଭିଡିଓ କଂଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସହରର ଉନ୍ନତିମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।ଏହାପରେ ମାର୍କେଟ କମ୍ପ୍ଲେକ୍ସ ଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇଥିଲେ।ପରିଷଦର ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ,ସମସ୍ତ କାଉନସିଲର ମଞ୍ଚାସିନ ରହିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ,ପରିଷଦର କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

Govt
Leave A Reply