ଭଞ୍ଜନଗର,୩୧/୮(ଗଞ୍ଜାମ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଭଞ୍ଜନଗର ଏନ୍ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଭଞ୍ଜନଗର ଟାଉନ ହଲ ପରିସରରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଉପାଧକ୍ଷା ଶୁଭଶ୍ରୀ ଦାସ ଉତ୍ସବରେ ସଭାପତିତ୍ବ କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଠ ପଣ୍ଡା ସଭାକୁ ସଂଯୋଜନା କରିଥିଲେ। ଆୟୋଜିତ ଉତ୍ସବରେ ଅତିଥି ମାନେ ଯୋଗଦେଇ ଭଞ୍ଜନଗର ଏନ୍ ଏ ସି କୁ ଶ୍ରେଷ୍ଠ ଏନ୍ ଏ ସି ଭାବେ ଗଢିତୋଳିବା ଉପରେ ବୋଲି କହିଥିଲେ। ଉତ୍ସବରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମା ଶଙ୍କର ବେହେରା, ବିଡ଼ିଓ ମନ୍ମଥ ନାୟକ ଙ୍କ ସମେତ ସମସ୍ତ କାଉନସିଲର ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀ ମାନକୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସକାଳେ ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ହୋଇଥିଲା। ମେଡିକାଲ୍ ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ରାଜ୍ୟ ବାହାରକୁ ଯାଇଥିବା ଯୋଗୁଁ ଆଜିର ଉତ୍ସବରେ ଯୋଗ ଦେଇ ପାରିନଥିବା ଜଣାପଡ଼ିଛି ।