ବଲିଉଡ କଳାକାର ସୋନୁ ସୁଦ ଜଣେ ମହିଳା ଇଂଜିନିୟରଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି l ସେହି ମହିଳା ଜଣକ ହାଇଦ୍ରାବାଦରେ ଗୋଟିଏ ସଫ୍ଟଓୟାର କମ୍ପାନୀରେ ଜଣେ ସଫ୍ଟଓୟାର ଇଂଜିନିୟର ଥିଲେ l କରୋନା ମହାମାରୀ ସମୟରେ ଦେଶରେ ଚାଲିଥିବା ଲକଡାଉନ ଯୋଗୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା l ସୋନୁ ଆଉଥରେ ତାଙ୍କୁ ଚାକିରୀରେ ଥଇଥାନ କରାଇଛନ୍ତି l ପ୍ରବାସୀ ଶ୍ରମିକ ମାନଙ୍କର ମସିହା ସାଜିଥିବା କଳାକାର ସୋନୁ ସୁଦ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ଜାରି ରଖିଛନ୍ତି l
ପ୍ରବାସୀ ଶ୍ରମିକ ମାନଙ୍କୁ ଘରେ ପହଁଚିବାରେ ସାହାଯ୍ୟ କରିବା ପରେ ତାଙ୍କର ଗାଁ ଓ ସହରରେ ସେମାନଙ୍କ ପାଇଁ ରୋଜଗାରର ପନ୍ଥା ମଧ୍ୟ ଉପଲବ୍ଧଡା କରାଉଛନ୍ତି l ଏହି ସମସ୍ତଙ୍କୁ ସାହାଯ୍ୟ କରିବା ସହିତ ବର୍ତ୍ତମାନ ସେ ଜଣେ ସଫ୍ଟଓୟାର ଇଂଜିନିୟରଙ୍କୁ ସାହାଯ୍ୟ କରିଛନ୍ତି l ଏହି ମହିଳା ସଫ୍ଟଓୟାର ଇଂଜିନିୟରଙ୍କର ତାଙ୍କ କମ୍ପନିରୁ ଚାକିରୀ ଚାଲିଯାଇଥିଲା l ଏହି ସଫ୍ଟଓୟାର ଇଂଜିନିୟରଙ୍କ ନାମ ହେଉଛି ସାରଦା l
ରିଚି ସେଲସନ ୟୁଜର ଟ୍ୱିଟରରେ ଗୋଟିଏ ନିୟୁଜ ଚ୍ୟାନେଲକୁ ୟୁଟୁବ ଭିଡିଓ ମାଧ୍ୟମରେ ସୋନୁ ସୁଦଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ l ଏହି ଭିଡିଓରେ ମହିଳା ସଫ୍ଟଓୟାର ଇଂଜିନିୟର ଜଣଙ୍କ ପାରିବi ବିକୁଥିବା ନଜର ଆସିଥିଲେ l ସେ ସେହି ଭିଡିଓରେ କହୁଛନ୍ତି ଯେ କରୋନା ମହାମାରୀ ଯୋଗୁ ଲକଡାଉନ ସମୟରେ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିଦେଲା l ସେ ନିଜର ପରିବାର ଚଳାଇବା ପାଇଁ ପରିବl ବିକୁଛନ୍ତି l ୟୁଜର ସୋନୁ ସୁଦଙ୍କୁ ଭିଡିଓଟି ଟ୍ୟାଗକରି ଲେଖିଛନ୍ତି “ସୋନୁ ସୁଦ ସାର ,ଇଏ ହେଉଛି ସାରଦା ,ଜଣେ ଇଂଜିନିୟର ,କରୋନା ମହାମାରୀ ଯୋଗୁ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରି ଦେଇଛି l ହlରି ନଯାଇ ସେ ନିଜ ପରିବାରକୁ ସପୋର୍ଟ ଦେବା ପାଇଁ ପରିବl ବିକ୍ରି କରୁଛନ୍ତି l ଦୟାକରି ଯଦି ସମ୍ଭବ ହୋଇ ପାରୁଛି ତାଙ୍କୁ ସାହାଯ୍ୟ କରନ୍ତୁ l ଆସ କରୁଛି ଯେ ଆପଣ ନିଶ୍ଚିନ୍ତ ଏହାର ଜବାବ ଦେବେ l “ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ସୋନୁ ଏହି ଟ୍ୱିଟରର ପ୍ରତିକ୍ରିୟା ମହିଳା ଇଂଜିନିୟରଙ୍କୁ ଚାକିରୀ ଦେବାପରେ ଦେଇଥିଲେ l