ନୂଆଦିଲ୍ଲୀ : ୨୦୨୧ ର ଶେଷ ସୂର୍ଯ୍ୟ ଗ୍ରହଣ ଡିସେମ୍ବର ୪ ତାରିଖ ରେ ଲାଗିବ । ଏହି ସୂର୍ଯ୍ୟ ଗ୍ରହଣ ସାରା ଭାରତ ବର୍ଷରେ ଦେଖା ଯିବ ନାହିଁ । ଏହି ଗ୍ରହଣ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ ଆଟଲାଣ୍ଟିକ ଦେଶ ଗୁଡିକରେ ଦେଖା ଯିବ ।
ଡିସେମ୍ବର ୪ ତାରିଖର ସୂର୍ଯ୍ୟ ଗ୍ରହଣ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଲାଗିବ । ଗ୍ରହଣ ଦେଖିବାକୁ ଯେତେ ସୁନ୍ଦର୍ ହୋଇଥିଲେ ମଧ୍ୟ ଏହାକୁ ଅଶୁଭ ବୋଲି କୁହାଯାଏ ।
ଗ୍ରହଣ ସମୟ :
– ଡିସେମ୍ବର ୪ ତାରିଖ ସକାଳ ୧୦. ୫୯ ମିନିଟ୍ ରେ ଆଂଶିକ ସୂର୍ଯ୍ୟ ଗ୍ରହଣ ଲାଗିବ ।
– ୧୨.୩୦ ମିନିଟ୍ ରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଲାଗିବ ।
– ଦ୍ୱିପହର ୧.୦୩ ମିନିଟ୍ ରେ ସମ୍ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଲାଗିବ ।
– ୧.୩୬ ମିନିଟ୍ ରେ ଗ୍ରହଣ ଲାଗିବା ସମାପ୍ତ ସମୟ ।
– ଦ୍ୱିପହର ୩.୭ ରେ ଆଂଶିକ ଗ୍ରହଣ ସମାପ୍ତ ହେବ ।
ସୂର୍ଯ୍ୟ ଗ୍ରହଣ ପୂର୍ବରୁ ଅଶୁଭ ସମୟ ସୂତକ ନାମରେ ଜଣା ଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ସମୟରେ ପୃଥିବୀ ର ବାତାବରଣ ଦୂଷିତ ହୋଇଥାଏ । ତେଣୁକରି ଏହି ସମୟରେ ହିନ୍ଦୁ ଧର୍ମରେ ଅଶୁଭ ସୂଚକ ଭାବରେ ବିଶେଷ ସାବଧାନ ରହିବାକୁ କୁହା ଯାଇଥାଏ ।
ଅବଧି – ହିନ୍ଦୁ ରୀତିନୀତି ଅନୁସାରେ ୮ ଟି ପ୍ରହାର ରହି ଥାଏ । ଏଥି ପାଇଁ ସୂର୍ଯ୍ୟ ଗ୍ରହଣ ୧୨ ଘଣ୍ଟା ପୂର୍ବରୁ ଓ ଚନ୍ଦ୍ର ଗ୍ରହଣ ୯ ଘଣ୍ଟା ସୁତକ ସମୟ ବୋଲି କୁହାଯାଏ ।
ଗ୍ରହଣ ସମୟରେ ଭୋଜନ କରିବା ଉଚିତ୍ ନୁହେଁ –
ଗ୍ରହଣର ୮ ଘଣ୍ଟା ପୂର୍ବରୁ ଭୋଜନ ପ୍ରସ୍ତୁତ କରିବା ଆବଶ୍ୟକ ଓ ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ ।
ବୃଦ୍ଧ ଓ ବୃଦ୍ଧା , ରୋଗୀ, ଗର୍ଭବତୀ ମହିଳା, ଛୋଟ ପିଲା ଇତ୍ୟାଦି ଙ୍କ ପାଇଁ ଖାଦ୍ୟ ବର୍ଜନୀୟ ନୁହେଁ ।
ସୂତକ୍ ସମୟରେ ବିଶେଷ ଭାବରେ ପୂଜା ପାଠ ମଧ୍ୟ ବର୍ଜନୀୟ ଅଟେ । ଏହି ସୂର୍ଯ୍ୟ ପରାଗରେ ଭାରତ ରେ ସୁତକ୍ ସମୟ ଲାଗୁ ହେବ ନାହିଁ ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗର୍ଭବତୀ ମହିଳା ଙ୍କୁ ବାହାରକୁ ନ ବାହାରିବା ପାଇଁ କୁହା ଯାଇଥାଏ । ଏହି ସମୟରେ ରାହୁ ଓ କେତୁ ହାନିକାରକ ଅଟନ୍ତି । ତେଣୁ ମାନ୍ୟତା ଅନୁସାରେ କୁହାଯାଏ ଯେ ମହିଳା ମାନେ ଯଦି ଗ୍ରହଣ ସଂସ୍ପର୍ସ ରେ ଆସି ଥାଆନ୍ତି ତେବେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ଜନ୍ମ ହୋଇଥାଏ ।
ଗର୍ଭବତୀ ନାରୀମାନେ ସିଲେଇ କରିବା ଓ କପଡ଼ା କାଟିବା ବର୍ଜନୀୟ ଅଟେ ।
ନିଷେଧ ଗତିବିଧି –
ତେଲ ମାଲିଶ୍
ପିଇବା ପାଣି ରଖିବା
ପୂଜା କରିବା
ଲୁଗାପଟା ସଫା କରିବା
ଗ୍ରହଣ ପରେ ଏହି କାର୍ଯ୍ୟ କରିବା ଆବଶ୍ୟକ –
ଗ୍ରହଣ ପରେ ଘରର ଚାରିଆଡେ ଗଙ୍ଗା ଜଳ ଚିଞ୍ଚି ପୋଛିବା ଆବଶ୍ୟକ । ଏହି ସମୟରେ ଗାଧୋଇବା ପରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍ । ନ ଗାଧୋଇ କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ ।
ଗ୍ରହଣ ସମୟରେ ଏହି ମନ୍ତ୍ର ଜପ କରନ୍ତୁ –
” ତମୋ ମୟା ମହାଭିମ ସୋମ ସୂର୍ଯ୍ୟ ବିମର୍ଡନ, ହେମ ତର ପ୍ରଦନାନ ଶାନ୍ତି ପ୍ରଦୋ ଭାବ ।