Odisha news

ସାପ କାମୁଡାରେ ଶିଶୁକନ୍ୟାର ମୃତ୍ୟୁ

0

ନୂଆପଡା, ୧ ଜୁଲାଇ  : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ପଂଚାୟତର ଉପରପିଟା ଗ୍ରାମରେ ଏକ ବିଶାକ୍ତ ସାପ କାମୁଡାରେ ଜଣେ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଶିଶୁ କନ୍ୟା ଜଣକ ଉପରପିଟା ଗ୍ରାମର ଭଜନଲାଲ ଜଗତଙ୍କ ୫ ବର୍ଷର ଝିଅ କ୍ଷଣପ୍ରଭା ବୋଲି ଜଣାପଡିଛି । ସୂଚନାମତେ ଉପରପିଟା ଗ୍ରାମର ଭଜନଲାଲ ଜଗତଙ୍କର ପରିବାର ଲୋକେ ଗତ ରାତିରେ ଖାଇସାରି ତାଙ୍କ ଘରର ଚଟାଣରେ ଶୋଇଥିବା ବେଳେ ରାତ୍ରରେ କୌଣସି ବିଶାକ୍ତ ସାପ ଶିଶୁକନ୍ୟାକୁ କାମୁଡି ଦେଇଥିଲା । ସକାଳ ସମୟରେ ଶିଶୁକନ୍ୟା ଜଣକ ଅଚେତ ହେବା ସହ ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକେ ସନ୍ଧେହ କରି ଖଡିଆଳ ସ୍ଥିତ ମିଶନ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ଖଡିଆଳ ଥାନାରେ ୨୦/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ପୁଲିସ ଏଏସଆଇ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସାପ କାମୁଡାରେ ଶିଶୁକନ୍ୟାଙ୍କ ମୃତ୍ୟୁ ପରେ ଅଂଚଳରେ ଶୋକ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.