ସାପର ନାଁ ଶୁଣିବା କ୍ଷଣି ଆମମାନଙ୍କ ମନରେ ଭୟ ଆସିବା ସହିତ ଦେହ ଥରି ଯାଇଥାଏ l କାରଣ ଏମାନେ ହେଲେ ପୃଥିବୀର ସବୁଠୁ ଭୟଙ୍କର ଯିବା ମାନଙ୍କ ଭିତରୁ ଗୋଟିଏ l ସେମିତିରେ ଦେଖିବାକୁ ଗଲେ ଦୁନିଆରେ ସାପ ମାନଙ୍କର ୨୫ ଶହରୁ ୩ ହଜାର ପ୍ରଜାତିର ସାପ ରହିଛନ୍ତି l କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ପ୍ରଜାତିର ସାପ ଅତ୍ୟନ୍ତ ବିଷାକ୍ତ ଅଟନ୍ତି l ଭାରତରେ ବିଷାକ୍ତ ସାପ ମାନଙ୍କର ୬୯ ଟି ପ୍ରଜାତି ରହିଛନ୍ତି ,ଯେଉଁ ମାନଙ୍କ ମଧ୍ୟରୁ ୨୯ ଟି ପ୍ରଜାତିର ସାପ ସମୁଦ୍ରରେ ରୁହନ୍ତି ଓ ୪୦ ଟି ପ୍ରଜାତିର ସାପ ସ୍ଥଳ ଭାଗରେ ରୁହନ୍ତି l ଆଜି ଆମେ ଏହି ଲେଖା ମାଧ୍ୟମରେ ଏହି ପ୍ରକାରର କିଛି ସାପ ବିଷୟରେ କହିବାକୁ ଯାଉଛୁ l
ଇନଲ୍ୟାଣ୍ଡ ତାଇପନ -ଇନଲ୍ୟାଣ୍ଡ ତାଇପନ ସ୍ଥଳ ଭାଗରେ ରହୁଥିବା ସାପ ମାନଙ୍କ ମଧ୍ୟରୁ ଗୋଟିଏ ,ଯାହା ଅତ୍ୟନ୍ତ ବିଷାକ୍ତ ଅଟନ୍ତି l ଏହି ସାପ ଥରଟିଏ କାମୁଡ଼ିଲେ ସେଥିରେ ୧୦୦ ମିଲିଗ୍ରାମ ପର୍ଯ୍ୟନ୍ତ ଜହର ରହିଥାଏ l ଯାହା ଗୋଟିଏ ଥରରେ ମାତ୍ର ୧୦୦ ଟି ମଣିଷଙ୍କୁ ମାରି ଦେଇ ପରେ l ଏହି ପ୍ରକାରର ସାପଙ୍କର ବିଷ କୋବ୍ରା ତୁଳନାରେ ମଧ୍ୟ ଅଧିକ ଅଟେ l
ବ୍ଲାକ୍ ମାମ୍ବା -ଆଫ୍ରିକାରେ ଦେଖା ଦେଉଥିବା ବ୍ଲାକ୍ ମାମ୍ବା ପୃଥିବୀ ଉପରେ ଦ୍ରୁତ ଗତିରେ ଚାଲୁଥିବା ସାପ ମାନଙ୍କ ଭିତରୁ ଗୋଟିଏ l ଯାହା ଘଣ୍ଟା ପ୍ରତି ୨୦ କିଲୋମିଟ ବେଗରେ ଯାଇ ନିଜ ଶିକାରକୁ ହାସଲ କରି ପରେ l ବ୍ଲାକ୍ ମାମ୍ବାର ଏକ ମିଲିଗ୍ରାମ ଜହର ଗୋଟିଏ ମଣିଷର ମୃତ୍ୟୁ ପାଇଁ ଖୁବ ଅଧିକ ଅଟେ l
ଇଷ୍ଟର୍ନ ବ୍ରାଉନ -ଏହି ପ୍ରକାରର ସାପ ଅଷ୍ଟ୍ରେଲିଆରେ ଦେଖା ଯାଏ l ଏହା ଅତ୍ୟନ୍ତ ବିଷାକ୍ତ ଅଟେ ,ଏହି ସାପ ମଣିଷକୁ କାମୁଡ଼ିଲେ ମଣିଷର ବଂଚିବା କଷ୍ଟକର ହୋଇଥାଏ l
ସିସି ସ୍ନେକ -ଏହି ପ୍ରକାରର ସାପ ଦକ୍ଷିଣ ପୂର୍ବ ଏସିଆ ଓ ଉତର ଅଷ୍ଟ୍ରେଲିଆରେ ସମୁଦ୍ର ଭିତରେ ମିଳିଥାଏ l ଏମାନେ ହେଲେ ବିଶ୍ୱର ସବୁଠୁ ବିଷାକ୍ତ ସାପ l କୁହ ଯାଏ ଯେ ଏହି ସାପର ଜହରରେ କିଛି ମିଲିଗ୍ରାମ ବୁନ୍ଦା ଏକ ହଜାର ଲୋକଙ୍କୁ ମୃତ୍ୟୁ ଦେଇ ପରେ l
ଫିଲିପିନି କୋବ୍ରା -ଏମିତିରେ ତ ଦେଖିବାକୁ ଗଲେ କୋବ୍ରା ଗୋଟିଏ ବିଷାକ୍ତ ସାପ ,କିନ୍ତୁ ଫିଲିପିନି କୋବ୍ରା ଅଟେ ବିଷାକ୍ତ ଯେ ଅନ୍ୟ କୌଣସି ସାପ ଠାରୁ ୧୦୦ ଗୁଣ ଅଧିକ ବିଷାକ୍ତ ହୋଇଥାଏ l ଏହି ସାପଟିର ଖାସ କଥାଟି ହେଲା ଦଂଶନ କରିବା ବଦଳରେ ଦୂରରୁ ନିଜ ଶିକାର ଉପରକୁ ଜହର ପକାଇଥାଏ l
