Odisha news

ଆପଣଙ୍କ ସ୍ମାର୍ଟ ଫୋନ ଚୋରୀ ହେଉଛି ତେବେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ, ନଚେତ ଭୋଗୀ ପାରନ୍ତି ଜେଲ୍ ଦଣ୍ଡ

0

ନୂଆଦିଲ୍ଲୀ : ଆଜିକାଲି ସ୍ମାର୍ଟ ଫୋନ ଧରିବା ଯେଭଳି ଗୋଟିଏ ନିଶା ହୋଇ ଯାଇଛି, ସେହିଭଳି ସ୍ମାର୍ଟ ଫୋନ ଚୋରୀ କରୁଥିବା ଚୋରଙ୍କ ର ମଧ୍ୟ ଅଭାବ ରହୁନାହିଁ l ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି ଯେ କେହି ନା କେହି ଚୋରି ର ଶିକାର ହେଉଛନ୍ତି l ଅନେକ ସମୟରେ ଗୋଟିଏ ଛୋଟିଆ ଭୁଲ ଗୋଟିଏ ବଡ ବିପଦ ଆଡକୁ ଟାଣି ନେଇଥାଏ l ଆଜି ଆମେ ଆପଣଙ୍କୁ ସ୍ମାର୍ଟ ଫୋନ ସହିତ ଜଡିତ କିଛି ଖବର ଜଣାଇବାକୁ ଯାଉଛୁ l ବିଶେଷ ଭାବରେ ଫୋନ ଚୋରି ହୋଇଗଲେ ଆପଣଙ୍କ ସିମ ମଧ୍ୟ ଚୋରୀ ହୋଇ ଯାଇଥାଏ l ଯାହାକୁ ଆପଣ ଧ୍ୟାନ ଦେବା ଖୁବ ଜରୁରୀ l ଯେତେବେଳେ ଫୋନଟି ଚୋରୀ ହୋଇ ଯାଇଥାଏ, ସେତେବେଳେ ଆମ ସିମ କାର୍ଡ ଅଜଣା ବ୍ୟକ୍ତିଙ୍କ ହାତରେ ପଡିଯାଇ ଥାଏ l ଯାହାକି ଆପଣଙ୍କୁ ବିପଦକୁ ଟାଣି ନେଇପାରେ l କାହିଁକି ନା ସିମକାର୍ଡ ମିସ ୟୁଜ ହେବା ଦ୍ୱାରା ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ l ସେଥିପାଇଁ ଫୋନ ଚୋରୀ ହେଉ ହେଉ କିଛିଟା ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ l ଆସନ୍ତୁ ଜାଣିବା …

– ସର୍ବ ପ୍ରଥମେ ଆପଣ ନିକଟସ୍ଥ ପୋଲିସ ଷ୍ଟେସନ କୁ ଯାଇ ଗୋଟିଏ FIR ଲଜ କରି ତାର କପି ପୋଲିସ ଷ୍ଟେସନ ରୁ ଆଣନ୍ତୁ l

– ଏହାପରେ ନିକଟସ୍ଥ ସିମକାର୍ଡ କମ୍ପାନୀ କୁ ଯାଇ ଏହି FIR କପି ହସ୍ତାନ୍ତର କରନ୍ତୁ ଏବଂ ତୁରନ୍ତ ସିମକାର୍ଡ ଟିକୁ ବନ୍ଦ କରିବାକୁ କୁହନ୍ତୁ l

– ଏହାପରେ ଚୋରୀ ହୋଇଥିବା ଫୋନ କୁ ଟ୍ରାକ କରିବା ପାଇଁ ୧୫ ସଂଖ୍ୟା ବିଶିଷ୍ଟ IME ନମ୍ବର କୁ ଷ୍ଟୋର ରେ ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ନିଜର ସ୍ମାର୍ଟ ଫୋନ ଖୋଜିବାରେ ସହଜ ହେବ l

Leave A Reply