ଆଜିର ବିଜ୍ଞାନ ଯୁଗରେ ମଣିଷ ଅତ୍ୟାଧୁନିକ ଜିନିଷ ବ୍ୟବହାର କରିବାରେ ପୂର୍ଣ୍ଣ ଦକ୍ଷତା ହାସଲ କରିଛି । କିନ୍ତୁ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥାଟି ହେଲା ଏହିସବୁ ଜିନିଷ ଆମ ଜୀବନ କୁ ସମ୍ପୂର୍ଣ୍ଣ ଭାବରେ ସରଳ ତ କରି ଦେଉଛି , ହେଲେ ଆମ ଜୀବନ ଖୁବ୍ ଖରାପ ଭାବରେ ପ୍ରଭାବିତ ହେଉଛି । ଆମେ ଆଜି ସେହି ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ଜିନିଷ କୁ ବାଛିବା ତାହା ହେଉଛି ସ୍ମାର୍ଟ ଫୋନ୍ ।
ଗବେଷଣା କହୁଚି ଯେ ସ୍ମାର୍ଟ ଫୋନ୍ ଆମ ଶରୀର ର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କୁ ପ୍ରଭାବିତ କରିଥାଏ । ସେଥିରୁ ଗୋଟିଏ ହେଉଛି ଅନିଦ୍ରା ।
୧) ଗବେଷଣା କହୁଛି ଯେ ଆପଣ ଅତ୍ୟଧିକ ସ୍ମାର୍ଟ ଫୋନ୍ ବ୍ୟବହାର କରିବା ଦ୍ଵାରା ଅନିଦ୍ରା ସମସ୍ୟା ଦେଖା ଦେଇଥାଏ । ବିଶେଷ ଭାବରେ ରାତି ରେ ନିଦ ରେ ବ୍ୟାଘାତ ସ୍ତୃଷ୍ଟି କରାଇ ଥାଏ ସ୍ମାର୍ଟ ଫୋନ୍ । ତେଣୁ ଗବେଷକ ଙ୍କ ମତ ରେ ରାତିରେ ବିଛଣା କୁ ଯିବାର ୨ଘଣ୍ଟା ପୂର୍ବରୁ ନିଜକୁ ସ୍ମାର୍ଟ ଫୋନ୍ ନିକଟରୁ ଦୂରେଇ ରଖନ୍ତୁ ।
୨) ମାନସିକ ବିକାର –
ରିସର୍ଚ୍ଚ ରୁ ଜଣା ପଡିଛି ଯେ ସ୍ମାର୍ଟ ଫୋନ୍ ମାନସିକ ବିକାର ର ମୁଖ୍ୟ କାରଣ ଅଟେ । ଯେତେବେଳେ ମଣିଷ ର ନିଦ ପୁରା ହୋଇ ନଥାଏ ମଣିଷ ମାନସିକ ବିକାର ର ସମ୍ମୁଖୀନ ହୋଇଥାଏ । ଏହାଛଡା ସ୍ମାର୍ଟ ଫୋନ୍ ରେ ରହିଥିବା ବିଭିନ୍ନ ପ୍ରକାର ର ଆପ ମଣିଷ ଜୀବନ କୁ ପ୍ରଭାବିତ କରିଥାଏ ଓ ଯାହାଦ୍ଵାରା ମାନସିକ ବିକାର ଦ୍ଵାରା ଜୀବନ ପ୍ରଭାବିତ ହୋଇଥାଏ ।
୩) ଚକ୍ଷୁ ହୋଇଥାଏ ପ୍ରଭାବିତ :
ସ୍ମାର୍ଟ୍ ଫୋନ୍ ରେ ଥିବା ରଙ୍ଗୀନ ଓ ଅଧିକ ଆଲୋକ ଚକ୍ଷୁର ଦୃଷ୍ଟି ଶକ୍ତି କୁ ପ୍ରଭାବିତ କରିଥାଏ । ତେଣୁ ସ୍ମାର୍ଟ ଫୋନ୍ ଠାରୁ ଦୂରେଇ ରହିବା ଆବଶ୍ୟକ ।
୪) ମୁଣ୍ଡ ଯନ୍ତ୍ରଣା ର କାରଣ –
ସ୍ମାର୍ଟ୍ ଫୋନ୍ ରୁ ବାହାରୁଥିବା ବିଷାକ୍ତ ଆଲୋକ ମୁଣ୍ଡ ବିନ୍ଧା ଓ ମସ୍ତିଷ୍କ ଜନିତ ଅନ୍ୟ ସମସ୍ୟାର କାରଣ ହୋଇଥାଏ । ଏହା ମନକୁ ଅସ୍ଥିର କରିବା ସହିତ ଅନ୍ୟ ସମସ୍ୟାର କାରଣ ମଧ୍ୟ ହୋଇଥାଏ। ।
୫) ବିଭିନ୍ନ ସଂକ୍ରମଣ ର କାରଣ :
ଆମେ ନିଜର ସ୍ମାର୍ଟ ଫୋନ୍ କୁ ନେଇ ସମସ୍ତ ସ୍ଥାନକୁ ଯାଇ ଥାଉ । ଯାହାଦ୍ଵାରା ଆମେ ବିଭିନ୍ନ ଜୀବାଣୁ ସଂସ୍ପର୍ଶ ରେ ଆସି ଅନେକ ପ୍ରକାର ର ସଂକ୍ରମଣ ରେ ସଂକ୍ରମିତ ହୋଇ ଥାଉ ।
୬) କିଛି ଟା ବାଜେ ଅଭ୍ୟାସ ର ସମ୍ମୁଖୀନ :
ସ୍ମାର୍ଟ୍ ଫୋନ୍ ମଣିଷ ର ଜୀବନ କୁ ଯେତିକି ସରଳ କରୁଛି ସେତିକି ଖରାପ୍ ପ୍ରଭାବ ପକାଇଛି । ଆଗରୁ ଆମେ ଯେ କୌଣସି କଥା ଜାଣିବା ପାଇଁ ପୁସ୍ତକ ର ସାହାଯ୍ୟ ନେଉ ଥିଲୁ। କିନ୍ତୁ ଆଜି କାଲି ପଢ଼ିବାର ଅଭ୍ୟାସ ପ୍ରାୟ କମି ଗଲାଣି, ଆମେ ପ୍ରତ୍ୟେକ କାର୍ଯ୍ୟରେ ସ୍ମାର୍ଟ ଫୋନ୍ ର ସାହାଯ୍ୟ ନେଉଛୁ ।
୭) ସମ୍ପର୍କ ରେ ତିକ୍ତତା –
ଆଗରୁ ଏକାଠି ବସି ଯେ କୌଣସି ବିଷୟରେ ଆଳାପ କରୁଥିଲେ । କିନ୍ତୁ ଆଜି କାଲି ତାହା ଦେଖିବାକୁ ମିଳୁନାହିଁ । ଆମେ ନିଜ ଲୋକଙ୍କ ନିକଟରେ ମଧ୍ୟ ଫୋନ୍ ରେ ନିଜକୁ ବ୍ୟସ୍ତ ରଖୁଛୁ । ଯାହା ଦ୍ଵାରା ସମ୍ପର୍କ ବାଧା ପ୍ରାପ୍ତ ହେଉଛି ।
୮) ଉଚ୍ଚ ରକ୍ତଚାପ –
ଆଗ ଅପେକ୍ଷା ଆଜିକାଲି ଅଧିକ ଲୋକେ ଉଚ୍ଚ ରକ୍ତଚାପ ସମସ୍ୟା ରେ ପ୍ରଭାବିତ ହେଉଛନ୍ତି । ଏହାର କାରଣ ସ୍ମାର୍ଟ ଫୋନ୍ । କାରଣ ମଣିଷ ସ୍ମାର୍ଟ ଫୋନ୍ ରେ ନିଜକୁ ପ୍ରଭାବିତ କରି ଉଚ୍ଚ ରକ୍ତଚାପ ସମସ୍ୟା ଦ୍ଵାରା ପୀଡିତ ହେଉଛି ।
