Odisha news

ଆଜିର ସବସିଡି ଘୋଷଣା, ପ୍ରଚାରସର୍ବସ୍ୱ ସରକାରଙ୍କ ଦିନରେ ଲଣ୍ଠନ ଦେଖାଇବା ସଦୃଶ : ଜୟ ନାରାୟଣ ମିଶ୍ର

0

 ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନେ୍ଦାଳନରତ ଚାଷୀଙ୍କୁ ଭେଟିବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟି ପଦ୍ମପୁର ସହିତ ଓଡ଼ିଶାର ଚାଷୀ ମାନଙ୍କର ଫସଲ ବୀମା ଓ ଚାଷୀ ମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ
 କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା, ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିଲା
 ପାଖାପାଖି ୨ ବର୍ଷ ମଧ୍ୟରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି ଓ ଚାଷୀଙ୍କ ବିଷୟରେ ରାଜ୍ୟ ସରକାର ମରୁଡି ରିପୋର୍ଟ ପ୍ରକାଶ କରିନାହାନ୍ତି
 ଓଡ଼ିଶାରେ ମରୁଡିରେ କେତେ ଚାଷୀ ପ୍ରଭାବିତ ହୋଇଛନ୍ତି, ସରକାର ଏହି ତଥ୍ୟ ସାମ୍ନାକୁ ଆଣିନାହାନ୍ତି, ଯାହା ଚାଷୀ ଭାଇଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି
 ଜୁଲାଇ ୧୪, ୨୦୨୨ ରେ ଆମ ଦଳର ବିଧାୟକ ମୁକେଶ ମହାଲିଙ୍ଗଙ୍କ ଓଡ଼ିଶାରେ ମରୁଡ଼ି ସ୍ଥିତି ନେଇ ପ୍ରଶ୍ନ କରିଥିଲେ ,ଏହାର ଉତରରେ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଥିଲେ ଯେ ୨୦୨୧ର ଖରିଫ ପାଇଁ ମରୁଡି ଘୋଷଣା କରାଯାଇନାହିଁ
 ଆଜି ଯେଉଁ ଘୋଷଣା କରାଯାଇଛି, ଏଥିରେ ସ୍ପଷ୍ଟତା ନାହିଁ ଯେ କେଉଁ ଅଂଚଳର କେତେ ଚାଷୀଙ୍କୁ କେତେ ସବସିଡି ମିଳିବ ଓ କେବେ ମିଳିବ ?
 ମୁଖ୍ୟମନ୍ତ୍ରୀଙ୍କୁ କିଛି ବର୍ଷ ତଳେ ବରଗଡ଼ର ସୋହାଲାରେ ଏକ ଚାଷୀ ସମାବେଶରେ ଧାନରେ କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ଦେବାର ଘୋଷଣା କରିଥିଲେ, ଯାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ

ଭୁବନେଶ୍ୱର, ନଭେମ୍ବର ୧୫ – ପଦ୍ମପୁର ଉପନିର୍ବାଚନ ସମୟରେ ଆଜି ତରବରିଆ ଭାବରେ ମୁଖ୍ୟମନ୍ତ୍ରୀ ଯେଉଁ ସବସିଡି ଘୋଷଣା କରିଛନ୍ତି, ଏହା ପ୍ରଚାର ସର୍ବସ୍ୱ ସରକାରଙ୍କ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଶ୍ରୀ ମିଶ୍ର ଟ୍ୱିଟ୍ କରିଛନ୍ତି ଯେ ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନେ୍ଦାଳନରତ ଚାଷୀଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଦିଲ୍ଲୀ ଫେରିବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ପଦ୍ମପୁର ସହିତ ଓଡ଼ିଶାର ଚାଷୀ ମାନଙ୍କର ଫସଲ ବୀମା ଓ ଚାଷୀ ମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଥିଲେ ।
ପରବର୍ତୀ ପର୍ଯ୍ୟାୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଥିବା ଦର୍ଶାଇଥିଲେ, ଯାହା କି ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିଲା । ତରବରିଆ ଭାବରେ ସରକାର ଇନପୁଟ ସବସିଡି ଘୋଷଣା କରିଛନ୍ତି, ଯାହା ପ୍ରଚାର ସର୍ବସ୍ୱ ସରକାରର ଆଉ ଏକ ମିଛ ପ୍ରହେଳିକାର ପୁନରାବୃତି କରିବା ଭଳି ମନେହେଉଛି ।
ପାଖାପାଖି ୨ ବର୍ଷ ମଧ୍ୟରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି ଓ ଚାଷୀଙ୍କ ବିଷୟରେ ରାଜ୍ୟ ସରକାର ମରୁଡି ରିପୋର୍ଟ ପ୍ରକାଶ କରିନାହାନ୍ତି । ଓଡ଼ିଶାରେ ମରୁଡିରେ କେତେ ଚାଷୀ ପ୍ରଭାବିତ ହୋଇଛନ୍ତି, ସରକାର ଏହି ତଥ୍ୟ ସାମ୍ନାକୁ ଆଣିନାହାନ୍ତି, ଯାହା ଚାଷୀ ଭାଇଙ୍କ ମନରେ ସନେ୍ଦହ ସୃଷ୍ଟି କରିଛି ।
ଜୁଲାଇ ୧୪, ୨୦୨୨ ରେ ଆମ ଦଳର ବିଧାୟକ ମୁକେଶ ମହାଲିଙ୍ଗଙ୍କ ଓଡ଼ିଶାରେ ମରୁଡ଼ି ସ୍ଥିତି ନେଇ ପ୍ରଶ୍ନ କରିଥିଲେ । ଏହାର ଉତରରେ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଥିଲେ ଯେ ୨୦୨୧ର ଖରିଫ ପାଇଁ ମରୁଡି ଘୋଷଣା କରାଯାଇନାହିଁ, ଏହା ସରକାରଙ୍କ ନିକଟରେ ବିଚାରଧୀନ ଅଛି ବୋଲି ସ୍ପଷ୍ଟୀକରଣ ରଖିଥିଲେ । ଆଜି ଯେଉଁ ଘୋଷଣା କରାଯାଇଛି, ଏଥିରେ ସ୍ପଷ୍ଟତା ନାହିଁ ଯେ କେଉଁ ଅଂଚଳର କେତେ ଚାଷୀଙ୍କୁ କେତେ ସବସିଡି ମିଳିବ ଓ କେବେ ମିଳିବ ? ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ । ଦୀର୍ଘ ଦିନ ହେବ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ମିଛର ପ୍ରହେଳିକା ସୃଷ୍ଟି କରୁଛନ୍ତି । ଚାଷୀମାନେ ଏହାର ଉଚିତ୍ ସମୟରେ ଉଚିତ୍ ଜବାବ ନିଶ୍ଚିତ ଦେବେ ।
ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେପକାଇ ଦେବାକୁ ଚାହେଁ ଯେ ଆପଣ ନିଜେ କିଛି ବର୍ଷ ତଳେ ବରଗଡ଼ର ସୋହାଲାରେ ଏକ ଚାଷୀ ସମାବେଶରେ ଧାନରେ କ୍ୱିଂଟାଲ ପିଛା ୧୦୦ ଟଙ୍କା ବୋନସ ଦେବାର ଘୋଷଣା କରିଥିଲେ, ଯାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଆପଣଙ୍କ ଘୋଷଣା ସବୁବେଳେ ଘୋଷଣାରେ ସୀମିତ ରହିଯାଏ ବୋଲି ଶ୍ରୀ ମିଶ୍ର ଟ୍ୱିଟ୍ କରିଛନ୍ତି ।

 

Nalco
Leave A Reply