ମୁମ୍ବାଇ: ସଚ୍ଚିନ୍ ତେନ୍ଦୁଲକର ପୁଣି ଥରେ ନିଜର ସହୃଦୟ ପଣିଆ ପ୍ରମାଣିତ କରିଛନ୍ତି। ତାଙ୍କୁ ଟ୍ୟାଗ କରି ଜଣେ ପ୍ରଶଂସକ କରିଥିବା ଟୁଇଟର ଜବାବ ଦେଇ ସେ ସମସ୍ତଙ୍କୁ ଆନନ୍ଦିତ କରାଇଛନ୍ତି। ପ୍ରଶଂସକ ଜଣକ ତାଙ୍କ କୁନି ଭଣଜାର ଏକ ଫଟୋ ଟୁଇଟ୍ କରିଥିଲେ, ଯେଉଁଥିରେ ଶିଶୁଟି ଟିମ୍ ଇଣ୍ଡିଆର ୧୦ ନମ୍ବର ଜର୍ସି ପିନ୍ଧିବା ସହିତ ଏଥିରେ ତେନ୍ଦୁଲକର ଲେଖା ଯାଇଥିଲା। ଏଥିସହ ସେ ତେନ୍ଦୁଲକରଙ୍କ ଭଳି ହେଉ ବୋଲି ଲେଖାଯାଇଥିଲା।
କ୍ରିକେଟ୍ କିମ୍ବଦନ୍ତୀ ସଚ୍ଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବାର ଦୀର୍ଘ ବର୍ଷ ହୋଇଯାଇଛି ସତ କିନ୍ତୁ ଆଜି ବି ସଚ୍ଚିନ କ୍ରିକେଟ ପ୍ରେମୀଙ୍କ ହୃଦୟରେ ଘର କରିଛନ୍ତି । କ୍ରିକେଟକୁ ପସନ୍ଦ କରୁଥିବା ବାପା-ମା’ ଚାହାନ୍ତି ତାଙ୍କ ପିଲା ବଡ ହୋଇ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ହୁଅନ୍ତୁ । ଏଭଳି ପ୍ରେରଣାଦାୟକ ଟ୍ବିଟକୁ ଯେତେବେଳେ ସଚ୍ଚିନ ତେନ୍ଦୁଲକର ଦେଖିଥିଲେ, ସେତେବେଳେ ସେ ବିସ୍ମିତ ହେବା ସହ ଏହାର ଉତ୍ତର ରଖିଥିଲେ।
Never too young for
!!
Thank you for sharing such beautiful pictures.
I wish all the very best to 10-month old Shresth and his family. https://twitter.com/AnandMe69608767/status/1229105366882865152 …Anand Mehta@AnandMe69608767Sachin Sir,@sachin_rt
Though you have retired from cricket, you will never gonna retire from our hearts.
A small tribute to the ‘Little Master Blaster’ from our Little Master (Shresth Mehta)
#MyNephew#10Months#Cricket#SachinTendulkar#TheLittleMaster#Hyderabad
LB Stadium-186*
ସଚ୍ଚିନ୍ ଟ୍ବିଟ୍ କରି ଜବାବ୍ ଦେଇ ଲେଖିଥିଲେ, କ୍ରିକେଟ୍ ପାଇଁ ଶ୍ରେଷ୍ଠ ଛୋଟ ନୁହେଁ। ଏଭଳି ଖୁବ୍ ସୁନ୍ଦର ଫଟୋ ସେୟାର କରିଥିବାରୁ ଧନ୍ୟବାଦ। ମୁଁ ୧୦ ମାସର ଶ୍ରେଷ୍ଠ ଓ ତାଙ୍କର ପରିବାରଲୋକଙ୍କୁ ଶୁଭେଚ୍ଛା ଜଣାଉଛି।’ ଆନନ୍ଦ ସଚ୍ଚିନଙ୍କୁ ଫଟୋଗୁଡ଼ିକୁ ଟ୍ୟାଗ୍ କରିଥିଲେ। କିନ୍ତୁ ସେ ଆଶା କରିନଥିଲେ ଯେ ସଚ୍ଚିନ ଏହା ଉପରେ ଉତ୍ତର ଦେବେ। ଆନନ୍ଦ ଯେତେବେଳେ ସଚ୍ଚିନଙ୍କ ଉତ୍ତର ଦେଖି ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ଶ୍ରେଷ୍ଠଙ୍କ ଫଟୋ ଉପରେ ସଚ୍ଚିନଙ୍କ ଟ୍ବିଟ୍ ପରେ ସେ ଖୁବ୍ ଭାଇରାଲ ହେବାରେ ଲାଗିଛି ।