Odisha news

ତଳେ ଶୋଇବାର ଚମତ୍କାର ଲାଭ , ଦୂରେଇ ଯିବେ ଏହିସବୁ ରୋଗ ଠାରୁ

0

ଆଜିକାଲି ର ଲାଇଫଷ୍ଟାଇଲ ଖୁବ ମର୍ଡନ ଓ ଖୁବ ଫାଷ୍ଟ ହୋଇ ଯାଇଛି l ଲୋକେ ନିଜକୁ ସୁସ୍ଥ ରଖିବା ପରିବର୍ତ୍ତେ ବିଭିନ୍ନ ଆଧୁନିକ ଶୈଳୀ କୁ ଆପଣାଇ ନିଜକୁ ରୋଗରେ ପୀଡିତ କରୁଛନ୍ତି l ଅନେକ ଲୋକେ ନିଜକୁ ଆଧୁନିକ ଶୈଳୀ ରେ ଖାପ ଖୁଆଇବା ପାଇଁ ମୋଟା ଓ କୋମଳ ବିଛଣା ରେ ଶୁଆଇବାର ଅଭ୍ୟାସ କରୁଛନ୍ତି l ସମସ୍ତଙ୍କୁ ଦିନସାରା ପରିଶ୍ରମ କରିବା ପରେ ରାତିରେ ଘରକୁ ଯାଇ ଥକା ମେଣ୍ଟାଇବା ପାଇଁ ଗୋଟିଏ ବିଛଣା ର ଆବଶ୍ୟକତା ହୋଇଥାଏ l କିନ୍ତୁ ଆମେ ଭୁଲି ଯାଇଥାଉ ଯେ ଆଜିର ଆଧୁନିକ ବିଛଣା ଆମକୁ ଆରାମ ଦେବା ପରିବର୍ତ୍ତେ ରୋଗ ଆଡକୁ ଟାଣି ନେଇଥାଏ l

ତେଣୁ ଆମେ ଜାଣି ରଖିବା ଜରୁରୀ ଯେ ଆମେ ଏହିସବୁ କୋମଳ ବିଛଣା ବଦଳରେ ତଳେ ଶୋଇବା ଆବଶ୍ୟକ l ତଳେ ଶୋଇବାର ଲାଭ ଆପଣ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପାଇବେ ଜାଣି ପରିବେ l

* ତଳେ ଶୋଇବାର ଉଚିତ ନିୟମ –
ତଳେ ଶୋଇବା ପାଇଁ ଗୋଟିଏ ସୌପ କୁ ତଳେ ପକାଇ ତା ଉପରେ ଗୋଟିଏ ପତଳା କନ୍ଥା ପକାଇ ନିଅନ୍ତୁ l ଏହାଦ୍ୱାରା ହାଡ଼ ର ଅଲାଇନମେଣ୍ଟ ଠିକ ରହିଥାଏ l

* ଯଦି ଆପଣଙ୍କ ପିଠି ରେ ଗଭୀର ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ତଳେ ଶୋଇବା ସମୟ ରେ ଚିତ ହୋଇ ଶୁଅନ୍ତୁ, ଯେପରି ପୀଠୀ ତଳେ ଲାଗି ରହିବ l ଏହାଦ୍ୱାରା ସ୍ପାଇନ କୁ ଖୁବ ଆରାମ ମିଳିବ ଏବଂ ପୀଠୀ ଯନ୍ତ୍ରଣା ରୁ ମଧ୍ୟ ଆରାମ ମିଳିବ l

* ତଳେ ଶୋଇବା ଦ୍ୱାରା କାନ୍ଧ ଓ କହୁଣୀ ରେ ହେଉଥିବା ଯନ୍ତ୍ରଣା ରୁ ଆରାମ ମିଳିଥାଏ l ଏହାଛଡା କାନ୍ଧ ଓ ପିଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ l ଏବଂ ମାଂଶପେସି କୁ ଆରାମ ମିଳିଥାଏ l

* ଯେଉଁ ଲୋକମାନେ ନିୟମିତ ତଳେ ଶୋଇ ଥାଆନ୍ତି , ସେମାନଙ୍କ ପୋସ୍ଚର ଠିକ ରହିଥାଏ l ଏବଂ ସମସ୍ତ ଯନ୍ତ୍ରଣା ରୁ ରକ୍ଷା ମିଳିଥାଏ l

* ତଳେ ଶୋଇବା ଦ୍ୱାରା ଶରୀର ର ତାପମାତ୍ରା ସନ୍ତୁଳିତ ରହିଥାଏ l ଏବଂ ମାନସିକ ଶାରୀରିକ ସ୍ତରରେ ମଧ୍ୟ ଶାନ୍ତି ମିଳିଥାଏ l

* ତଳେ ଶୋଇବା ଦ୍ୱାରା ଶରୀର ରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ଓ ରକ୍ତଚାପ ସନ୍ତୁଳିତ ରହିଥାଏ l

Leave A Reply