Odisha news

କିପରି ତିଆରି ହୋଇଥିଲା ଦୁନିଆର ପ୍ରଥମ ସ୍ଲିପର୍ କୋଚ୍ , ଗୋଟିଏ ଡଙ୍ଗା ନିର୍ମାଣ କାରି ର କାହାଣୀ

0
ନୂଆଦିଲ୍ଲୀ : ନ୍ୟୁୟର୍କ ର ବଫେଲୋ ରୁ ୱେଷ୍ଟ ଫିଲ୍ଡ ପର୍ଯ୍ୟନ୍ତ ଟ୍ରେନ୍ ଯାତ୍ରା ଦେଖି ସେହି ସମୟରେ ଗୋଟିଏ ନଦୀ ରେ ଡଙ୍ଗା ରେ ସୋଇଥିବା ଗୋଟିଏ ଛୋଟ ବାଳକ ଭାବିଥିଲା କିପରି ଏହି ଟ୍ରେନ କୁ ଅଧିକ ଆରାମ ଦାୟକ କରାଯାଇ ପାରିବ। ୧୮୦୦ ଦଶକ ବେଳକୁ ସବୁଠୁ ଦୀର୍ଘ ଯାତ୍ରା ଟ୍ରେନ ରେ କରିବାର ଗୋଟିଏ ମାଧ୍ୟମ ଥିଲା । ସେହି ପିଲାଟା ରାତିରେ ଡଙ୍ଗା ରେ ସୋଇଥିବା ସମୟରେ ଭାବି ଚାଲିଥିଲା ଗୋଟିଏ ଆରାମ ଦାୟକ ସ୍ଲିପର କୋଚ୍ ବିଷୟରେ, ସେ ଆଗକୁ ଯାଇ ନିଜର ଅନୁଭବ କୁ ଯୋଡ଼ି ପ୍ରଥମ ଆରାମ ଦାୟକ ସ୍ଲିପର କୋଚ୍ ତିଆରି କରିଥିଲା , ଯାହାଦ୍ଵାରା ଲୋକମାନେ ଆରାମ ରେ ଟ୍ରେନ ଯାତ୍ରା କରି ପାରିବେ । ସେହି ବାଳକ ଆଉ କେହି ନୁହନ୍ତି ସିଏ ହେଉଛନ୍ତି ମହାନ୍ ଇଞ୍ଜିନିୟର ଜର୍ଜ ପୁଲମ୍ୟାନ ।
ଜର୍ଜ ପୁଲମ୍ୟାନ ଙ୍କ ଜନ୍ମ ମାର୍ଚ୍ଚ ୩ ତାରିଖ ୧୮୩୧ ରେ ବ୍ରୋକ୍ ଟନ୍ , ନ୍ୟୁୟର୍କ ରେ ହୋଇଥିଲା । ସେ ଜେମ୍ସ୍ ଲୁଇସ୍ ପୁଲମ୍ୟାନ ଓ କେରୋଲିନ ପୁଲମ୍ୟାନ ଙ୍କ ତୃତୀୟ ସନ୍ତାନ ଥିଲେ । ଜର୍ଜ ପୁଲମ୍ୟାନ ଙ୍କ ପିତା ଚାଷ କାର୍ଯ୍ୟ ଛାଡ଼ି ବଢେଇ କାମ ଆରମ୍ଭ କରିଥିଲେ । ଜର୍ଜ କିଛିଦିନ ପାଇଁ ନ୍ୟୁୟର୍କ ର ଗୋଟିଏ ସ୍କୁଲ୍ ରେ ପାଠ ପଢିବା ଆରମ୍ଭ କରିଥିଲେ , କିନ୍ତୁ ୧୮୪୫ ରେ ଚତୁର୍ଥ ଶ୍ରେଣୀ ରୁ ପାଠ ଛାଡି ଗୋଟିଏ ଜେନେରାଲ ଷ୍ଟୋର ରେ କାମ କରିବା ଆରମ୍ଭ କଲେ । ସେତେବେଳେ ତାଙ୍କୁ ମାସକୁ ୪୦ ଡଲାର ବେତନ ମିଳୁଥିଲା ।
୧୮ ୪୫ ରେ ତାଙ୍କ ପରିବାର ଏଲବିୟନ୍ , ନ୍ୟୁୟର୍କ ଚାଲି ଆସିଥିଲେ । କାହିଁକି ନା ଜେମ୍ସ ଏରି ହ୍ରଦ ନିକଟରେ ଗୋଟିଏ ବଢେଇ ଭାବରେ କାମ କରି ପାରିବେ । କିନ୍ତୁ ଜର୍ଜ ତାଙ୍କ ପିତାଙ୍କ ସହିତ ଯାଇ ନଥିଲେ, ସେ ଉକ୍ତ ଜେନେରାଲ ଷ୍ଟୋର ରେ କାମ କରୁଥିଲେ । ଜର୍ଜ ଙ୍କ ପିତା ମଧ୍ୟ ଜଣେ ଆବିଷ୍କାରକ ଥିଲେ , ଜର୍ଜ ତାଙ୍କ ନିକଟରୁ କାମ କରିବା ଶିଖି ଥିଲେ । ଜର୍ଜ ଙ୍କ ପିତା ଜେମ୍ସ୍ ସେହି ହ୍ରଦ ନିକଟସ୍ଥ ଘର ଗୁଡ଼ିକ ସିଫ୍ଟ୍ ପାଇଁ ଗୋଟିଏ ନୂତନ ଉପାୟ ର ଆବିଷ୍କାର କରିଥିଲେ । ତାହା ହେଉଛି ପୂଲ୍ ମ୍ୟାନ ସ୍ଲିପିଂ କାର ଯାହାକି ଜର୍ଜ ପୁଲ ମ୍ୟାନ ଙ୍କ ସବୁଠୁ ପ୍ରସିଦ୍ଧ ଅଟେ ।
ଜର୍ଜ ଙ୍କୁ ଗୋଟିଏ ଟ୍ରେନ୍ ଯାତ୍ରା ସମୟରେ ତାଙ୍କ ମନକୁ ସ୍ଲିପର କାର ତିଆରି କରିବାର ବିଚାର ମନକୁ ଆସିଥିଲା । ୧୮୬୪ ରେ ପୁଲମ୍ୟାନ ପ୍ୟାଲେଶ୍ କାର ଆବିଷ୍କାର କରିଥିଲେ । ରାଷ୍ଟ୍ରପତି ଅବ୍ରହମ୍ ଲିଙ୍କନ୍ ଙ୍କ ହତ୍ୟା ପରେ ପୁଲମ୍ୟାନ ତାଙ୍କ ମର ଶରୀରକୁ ୱାଶିଂ ଟନ୍ ଡିସି ରୁ ସ୍ପ୍ରୀଙ୍ଗ ଫିଲ୍ଡ ନେବା ପାଇଁ ଶ୍ଳିପର କାର ରେ ବ୍ୟବସ୍ଥା କରିଥିଲେ । ଏହାପରେ ତାଙ୍କ ସ୍ଲିପର କାର ରାଷ୍ଟ୍ରୀୟ ସ୍ତର ରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା ଓ ଦୁନିଆକୁ ସ୍ଲିପର କୋଚ୍ ର ଭେଟି ଦେଇଥିଲା ।
୧୮୯୪ ରେ ଆର୍ଥିକ ଅସୁବିଧା କାରଣରୁ ଜର୍ଜ ନିଜ କର୍ମଚାରୀ ମାନଙ୍କର ବେତନ ହ୍ରାସ କରି କାମ କରିବାର ସମୟ ବଢାଇ ଦେଲେ । ଯେଉଁ କାରଣରୁ ସେହି ସମୟରେ ପ୍ରସିଧ
ପୁଲମ୍ୟାନ ଷ୍ଟ୍ରାଇକ୍ ହୋଇଥିଲା । ଏହାପରେ ଜର୍ଜ ଙ୍କ କମ୍ପାନୀ ର ଅଧପତନ ହୋଇଥିଲା । ଜର୍ଜ ପୁଲମ୍ୟାନ ଙ୍କ ମୃତ୍ୟୁ ୧୯ ଅକ୍ଟୋବର ୧୮୯୭ ରେ ହୋଇଥିଲା ।
Nalco
Leave A Reply