ଏମିତି ରେ ନିଦ୍ରା ନହେବା ର ଅନେକ କାରଣ ରହିଥାଏ । କିନ୍ତୁ ଅଧା ନିଦ ହେବା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । କାଫୀନ କିମ୍ବା ଆଲକୋହଲ ନେବା , ଧୁମ୍ରପାନ କରିବା , ଠିକ୍ ସମୟରେ ନ ଶୋଇବା , ଡେରି ରାତି ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ ଗ୍ୟଜେଟ ବ୍ୟବହାର କରିବା ନିଦକୁ ପ୍ରଭାବିତ କରିଥାଏ ।
ଅବ୍ସାଟ୍ରାକ୍ଟିଭ ସ୍ଲିପ୍ ପ୍ରକ୍ରିୟା ପ୍ରକ୍ରିୟା ସମୟରେ ରକ୍ତ ର ଅକ୍ସିଯେନ୍ ସ୍ତରରେ ଅଚାନକ କମି ଯାଇଥାଏ ଓ ରକ୍ତଚାପ ବଢ଼ି ଯାଇଥାଏ ।
* ଏହି ସମସ୍ୟା ସହିତ ଜଡିତ ଲୋକଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ହୃଦଘାତ ସମସ୍ୟା ଦେଖା ଦେଇଥାଏ ।
* ଅଧା ନିଦ୍ରା ର ଆଉ ଗୋଟିଏ ବଡ଼ ରୋଗ ହେଉଛି ଅବସାଦ । ତା ସହିତ ଠିକ୍ ସମୟରେ ଏହି ସମସ୍ୟା ଉପରେ ନଜର ନଦେଲେ , ଚିଡି ଚିଡି ଲାଗିବା , ଭୋକ ନହେବା , ଅଯଥା ରାଗ ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ ।
* ନିଦ୍ରା ଭଙ୍ଗ ସମସ୍ୟା ର ଆଉ ଗୋଟିଏ କାରଣ ହେଉଛି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା । କାରଣ ନିଦ ଅଭାବରୁ ଶରୀର କାର୍ଯ୍ୟ କ୍ଷମ ହୋଇ ନଥାଏ ଓ ବିଭିନ୍ନ ଯନ୍ତ୍ରଣା ର ଆମେ ଶିକାର ହୋଇ ଥାଉ ।

Comments are closed.