Odisha news

ଭାଦ୍ରବ ମାସ ରବିବାର ରେ ଏହିସବୁ କାର୍ଯ୍ୟକୁ କରିବା ଉଚିତ୍ ନୁହେଁ

ଆମ ହିନ୍ଦୁ ଧର୍ମରେ ଶ୍ରାବଣ ମାସ ଭଳି ଭାଦ୍ରବ ମାସ ମଧ୍ୟ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେପରି ଶ୍ରାବଣ ମାସରେ ସୋମବାର ର ମହତ୍ତ୍ଵ ରହିଛି ସେହିଭଳି ଭାଦ୍ରବ ମାସରେ ରବିବାର ଦିନର । ମାନ୍ୟତା ରହିଛି ଯେ ଏହି ମାସରେ ଭଗବାନ୍ ବିଷ୍ଣୁ ନିଜର ନିଦ୍ରା ସମ୍ପୂର୍ଣ କରି ଉଠି ଥାଆନ୍ତି । ଏହି କାରଣରୁ ଏହିମାସ ରବିବାର ର ଖୁବ୍ ମହତ୍ତ୍ଵ ରହିଥାଏ ।
ଯେପରି ପୂର୍ଣ୍ଣିମା ଦିନ ଚନ୍ଦ୍ର ନିଜର ଅଧିକ ପ୍ରକାଶ ନେଇ ପ୍ରକାଶିତ ହୋଇ ଥାଆନ୍ତି ସେହିଭଳି ରବିବାର ଦିନ ସୂର୍ଯ୍ୟ ନିଜର ଅଧିକ ତେଜ ଦେଖାଇ ଥାଆନ୍ତି । କିଛି ଏପରି କାର୍ଯ୍ୟ ରହିଛି ଯାହାକୁ ଭାଦ୍ରବ ମାସ ରବିବାର ଦିନ ଆଦୌ କରିବା ଉଚିତ୍ ନୁହେଁ । ଯଦି ଆମେ ଏହିସବୁ କାର୍ଯ୍ୟକୁ କରିଥାଉ ତେବେ ଜୀବନରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ ।
– ରବିବାର ଦିନ ସକାଳ ସୂର୍ଯ୍ୟ ପୂଜା ପରେ ଛୋଟ ପିଲାଙ୍କ ଉପରେ କ୍ରୋଧ କରିବା ଉଚିତ୍ ନୁହେଁ । କାରଣ ଆମେ ମାନେ ନିଜ ପିଲାଙ୍କ ପାଇଁ ସୂର୍ଯ୍ୟ ଦେବଙ୍କୁ ପୂଜା କରି ଥାଉ ।
– ରବିବାର ଦିନ ସୂର୍ଯ୍ୟାସ୍ତ ପରେ ଘର ସଫା କରିବା ଦ୍ୱାରା ଧନ ହାନି ହୋଇଥାଏ । ତେଣୁ ଏହିଦିନ ସୂର୍ଯ୍ୟାସ୍ତ ପରେ ସଫାସଫି କାର୍ଯ୍ୟ କରିବା ଉଚିତ ନୁହେଁ ।
– ରବିବାର ଦିନ ପ୍ରାୟ ସମସ୍ତେ ଚୁଟି କାଟିବା କାର୍ଯ୍ୟ କରି ଥାଆନ୍ତି । କିନ୍ତୁ ଏହି ଦିନ ଖିଆର ହେବା ଓ କେଶ୍ ଇତ୍ୟାଦି କାଟିବା ଉଚିତ୍ ନୁହେଁ । ଏହାଦ୍ବାରା ପରିବାର ମଧ୍ୟରେ ଲୋକ ଶରୀର ଅସୁସ୍ଥ ହୋଇଥାଏ ।
– ଭାଦ୍ରବ ମାସ ରବିବାର ଦିନ ଘରେ ଆମିଷ ଭୋଜନ ନିଷେଧ ଅଟେ । ଆମିଷ ଭୋଜନ କରିବା ଦ୍ଵାରା ଧନାହାନି ହୋଇଥାଏ ।
– ଭାଦ୍ରବ ମାସ ରବିବାର ରେ କଳି ଝଗଡ଼ା ହେବା ଘରେ ଠିକ୍ ନୁହେଁ । କଳି ଝଗଡ଼ା ହେଲେ ଧନ ହାନି ଓ ଶରୀର ପୀଡ଼ା ହୋଇଥାଏ ।
ଏହିଦିନ ବିଶେଷ ଭାବରେ ସୂର୍ଯ୍ୟ ଦେବଙ୍କ ପୂଜା କରି ସୂର୍ଯ୍ୟ ମନ୍ତ୍ର ପାଠ କରିବା ଉଚିତ୍ । ଯାହାଦ୍ଵାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ଭାଦ୍ରବ ମାସ ରବିବାର ରେ ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ ।
Ad2

Comments are closed.