Odisha news

କେବଳ ବାସ୍ତୁ ଦୃଷ୍ଟିରେ ନୁହେଁ ବିଜ୍ଞାନ ଦୃଷ୍ଟିରେ ମଧ୍ୟ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ, ହୋଇଥାଏ ଏହିସବୁ କ୍ଷତି  

0
ଅଧିକାଂଶ ଲୋକେ ଘରେ ବୟସ୍କ ଗୁରୁଜନ ମାନେ କହିଥିବା ଶୁଣିଥିବେ ଯେ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ l ଏହାର କାରଣ ପଚାରିବା ଦ୍ୱାରା ସେମାନେ ଅନେକ ବାସ୍ତୁ ସମ୍ବନ୍ଧୀୟ କାରଣ ଦର୍ଶାଇ ଥାଆନ୍ତି l କୁହାଯାଏ ଯେ ଦକ୍ଷିଣ ଦିଗ ହେଉଛି ଯମ ଙ୍କର l ଯଦି ଆପଣ ଏହି ଦିଗକୁ ଗୋଡ଼ କରି ଶୋଇବେ ତେବେ ଯମ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ସେ ଯାହାବି ହୋଇଥାଉ କାରଣ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା କୁ ବିଜ୍ଞାନ ମଧ୍ୟ ଭୁଲ ବୋଲି କହିଥାଏ l ଆସନ୍ତୁ ଜାଣିବା କଣ ରହିଛି ଏହା ପଛରେ ବିଜ୍ଞାନ ର କାରଣ l
କଣ ରହିଛି ବିଜ୍ଞାନର ମତ -:
ବିଜ୍ଞାନର ମତ ଅନୁସାରେ ଆମେ ରାତିରେ ଶୋଇବା ପରେ ଆମ ଶରୀରରେ ଚୁମ୍ବକୀୟ ଶକ୍ତି ସଂଚାର ହୋଇଥାଏ l ତେଣୁ ନକାରାତ୍ମକ ଉର୍ଜାର ସମାପ୍ତି ହୋଇଥାଏ l ଯାହାଦ୍ୱାରା ଗୋଟିଏ ସୁଖ ନିଦ୍ରା ଆସିବା ସମ୍ଭବ ହୋଇଥାଏ l ବିଜ୍ଞାନ ଦୃଷ୍ଟିରେ ଦେଖିଲେ କୁହାଯାଏ ଯେ ଦକ୍ଷିଣ ଧୃବ ରେଖା ଓ ଉତ୍ତର ଧ୍ରୁବ ରେଖାରେ ଚମ୍ବକୀୟ ଶକ୍ତି ରହିଛି l ଯାହାକି ଦକ୍ଷିଣ ଧ୍ରୁବ ରୁ ଉତ୍ତର ଧୃବ ରେଖା ଆଡକୁ ପ୍ରବାହିତ ହୋଇଥାଏ ଏପରିସ୍ଥିତି ରେ ଯଦି କୌଣସି ବ୍ୟକ୍ତି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇଥାଏ ତେବେ ତାର ଶରୀରର ଚୁମ୍ବକୀୟ ଶକ୍ତି ମସ୍ତିଷ୍କ ଆଡକୁ ଯାଇଥାଏ l
ଶରୀର ଉପରେ କିପରି ପଡିଥାଏ ପ୍ରଭାବ -:
ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ସମୟରେ ଦକ୍ଷିଣ ଦିଗକୁ ଗୋଡ଼ ରହିଥାଏ ଓ ଏହି ସମୟରେ ଚୁମ୍ବକୀୟ ଶକ୍ତି ଗୋଡ଼ ମାଧ୍ୟମ ଦେଇ ମୁଣ୍ଡ ଆଡକୁ ଯାଇଥାଏ l ଏପରି ସ୍ଥିତିରେ ମଣିଷ ଯେତେବେଳେ ସକାଳୁ ଉଠିଥାଏ ମାନସିକ ଉତ୍ତେଜନା ବୃଦ୍ଧି ପାଇଥାଏ l
– ଘଣ୍ଟା ଘଣ୍ଟା ଧରି ଏଭଳି ଅନୁଭବ ହୋଇଥାଏ ଯେଭଳି ସେ ରାତିରେ ଶୋଇନାହିଁ l ଚୁମ୍ବକୀୟ ଶକ୍ତି ମୁଣ୍ଡ ଉପରେ ଅଧିକ ପ୍ରଭାବ ପକାଇବା ଦ୍ୱାରା ଥକା ଥକା ଲାଗିଥାଏ l
– କିନ୍ତୁ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ଏହି ଉର୍ଜା ବାହାରକୁ ବାହାରି ଯାଇଥାଏ l ଯାହା ଦ୍ୱାରା ଆମେ ଫୁର୍ତି ଅନୁଭବ କରିଥାଉ l ତେଣୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ l
– ବିଜ୍ଞାନ ମତରେ ଉତ୍ତର ଦିଗର ଚୁମ୍ବକୀୟ ଶକ୍ତି କାରଣରୁ ଲୋକ ମାନେ ମୁଣ୍ଡ ବିନ୍ଧା, ନିଦ ସମସ୍ୟା, ମାନସିକ ଉତେଜନା ରହିଥାଏ l ଯାହାକି ଭବିଷ୍ୟତ ରେ ବଡ଼ ରୋଗର କାରଣ ହୋଇପାରେ l
Leave A Reply