ବିଳମ୍ବିତ ରାତିରେ ଶୋଇବା ଦ୍ୱାରା ହୋଇପାରେ ବିଭିନ୍ନ ଶାରୀରିକ ସମସ୍ୟା, ଜାଣନ୍ତୁ ରାତିରେ ଶୀଘ୍ର ଶୋଇବାର ଚମତ୍କାର ଲାଭ
ଗବେଷକ ଙ୍କ ସୂଚନା ଅନୁସାରେ ଆମ ଶରୀର କୁ ନେଚୁରାଲ ଅକ୍ସିଡେଣ୍ଟ ଆବଶ୍ୟକ l ଯାହାକି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହିତ ଠିକ ଭାବରେ ତାଳମେଳ ଦେଇ ଚାଲିଥାଏ l ଠିକ ସମୟରେ ଶୋଇବା ଦ୍ୱାରା ନିଦ ପ୍ୟାଂଟର୍ନ ହେଲଦି ରଖିବାରେ ସାହାଯ୍ୟ ମିଳିଥାଏ l କାହିଁକି ନା ଠିକ ସମୟରେ ନଶୋଇବା ଦ୍ୱାରା ଶରୀର ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ l
ଆଜି ଆସନ୍ତୁ ଜାଣିବା ରାତିରେ ଠିକ ସମୟ ରେ ଶୋଇବା ଦ୍ୱାରା କେଉଁସବୁ ଲାଭ ମିଳିଥାଏ l
– ଯେତେବେଳେ ଆମେ ଠିକ ସମୟରେ ଶୋଇଥାଉ ସେତେବେଳେ ଆମ ଶରୀର କୁ ଶକ୍ତି ମିଳିଥାଏ l ଏହାଦ୍ୱାରା ଆମ ମୁଡ଼ ଠିକ ରହିଥାଏ, ପ୍ରଡକଟିଭିଟି ରେ ବୃଦ୍ଧି ହୋଇଥାଏ l ଏହାଛଡା କାର୍ଯ୍ୟ କରିବାର ଶକ୍ତି ବୃଦ୍ଧି ହୋଇଥାଏ l ଉଚିତ ମାତ୍ରାର ଶୋଇବା ଦ୍ୱାରା ମଧୁମେହ , ହୃଦ ଘାତ ଓ ମୋଟାପଣ ସମସ୍ୟା ଦେଖା ଯାଇନାହିଁ l
– ଠିକ ସମୟରେ ଶୋଇବା ଦ୍ୱାରା ଶରୀର ରୁ ହର୍ମୋନ କୁ କଣ୍ଟ୍ରୋଲ କରିବାର ଅନେକ ସାହାଯ୍ୟ ମିଳିଥାଏ l ବିଶେଷ ଭାବରେ ଷ୍ଟ୍ରେସ ସମ୍ବନ୍ଧୀୟ ହର୍ମୋନ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ l କାର୍ଟି ସୋଲ ନାମକ ଷ୍ଟ୍ରେସ ହର୍ମୋନ ଯାହାକି ଆମ ଷ୍ଟ୍ରେସ ରେସପନ୍ସ ପାଇଁ ଦାୟୀ ଅଟେ ଏହା ରାତ୍ରିର ପ୍ରାରମ୍ଭିକ ସମୟରେ ଖୁବ କମ ହୋଇଥାଏ l ରାତିରେ ଶୀଘ୍ର ଶୋଇବା ଦ୍ୱାରା କାର୍ଟି ସୋଲ କମ କ୍ଷରଣ ହେବାରେ ସାହାଯ୍ୟ ମିଳିଥାଏ l ଏହାର ଆମ ସ୍ଵାସ୍ତ୍ୟ ଉପରେ ଭଲ ପ୍ରଭାବ ପଡିଥାଏ l
– ରାତିରେ ଠିକ ସମୟରେ ଶୋଇବା ଦ୍ୱାରା ଆମ ଶରୀର ଭଲ ମାତ୍ରାରେ ହ୍ୱାଇଟ ବ୍ଲଡ଼ ସେଲ ଉତ୍ପାଦନ କରିବାରେ ସାହାଯ୍ୟ ମିଳିଥାଏ l ଯାହାକି ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ l
– ଶୀଘ୍ର ଶୋଇବା ଦ୍ୱାରା ଭୋକ ଉପରେ ନିୟନ୍ତ୍ରଣ ରହିଥାଏ l ଯେତେବେଳେ ଆମେ ଭଲରେ ସୋଇନଥାଉ ସେତେବେଳେ ଆମ ଶରୀର କ୍ଷୁଦା ହର୍ମୋନ ଅଧିକ ଉତ୍ପାଦନ କରିଥାଏ ଓ ଲେପଟିନ ହର୍ମୋନ କମ ଉତ୍ପାଦନ ହୋଇଥାଏ l ଏହାଦ୍ୱାରା ଓଭର ଇଟିଙ୍ଗ ସମସ୍ୟା ଦେଖା ଦେଇଥାଏ ଓ ଓଜନ ବୃଦ୍ଧି ହୋଇଥାଏ l
– ନିଦ ଠିକ ନହେବା ଦ୍ୱାରା ଅନେକ ଲୋକ ଚିନ୍ତା ଓ ଡିପ୍ରେସନ ର ଶିକାର ହୋଇ ଥାଆନ୍ତି l ଶୀଘ୍ର ଶୋଇବା ଦ୍ୱାରା ଏହିସବୁ ଅସୁବିଧାରୁ ମୁକ୍ତି ମିଳିଥାଏ l ଭଲ ନିଦରେ ଶୋଇବା ଦ୍ୱାରା ଆମ ମେଣ୍ଟାଲ ହେଲ୍ଥ ଉପରେ ଭଲ ପ୍ରଭାବ ପଡିଥାଏ l
