ପୃଥିବୀ ପୃଷ୍ଠରେ ୮ଟି ଚିରଞ୍ଜିବୀ ବିରାଜମାନ କରି ଆସୁଛନ୍ତି , ଯାହା ଅକଳ୍ପନୀୟ ହୋଇଥିଲେ ମଧ୍ୟ ସତ୍ୟ ଅଟେ
ଆସନ୍ତୁ ଜାଣିବା ସେହି ଚିରଞ୍ଜିବୀଙ୍କ ବିଷୟରେ
ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଆମ ପୃଥ୍ୱୀ ପୃଷ୍ଠରେ ହଜାର ହଜାର ବର୍ଷରୁ ଚିରଞ୍ଜିବୀ ରହି ଆସୁଛନ୍ତି l ଚିରଞ୍ଜିବୀ ର ଅର୍ଥ ଅଜର ଓ ଅମର , ଅର୍ଥାତ ଯିଏ କି ସର୍ବଦା ସ୍ଥାୟୀ ଅଟନ୍ତି l ଯାହାଙ୍କର କଦାପି ମୃତ୍ୟୁ ହୋଇ ନଥାଏ l ସେହିଭଳି ଆଜିମଧ୍ୟ ପୃଥିବୀ ପୃଷ୍ଠରେ ସେହି ୮ଟି ଚିରଞ୍ଜିବୀ ବିରାଜମାନ କରି ଆସୁଛନ୍ତି l ଯାହା ହୁଏତ ଅକଳ୍ପନୀୟ ହୋଇଥିଲେ ମଧ୍ୟ ସତ୍ୟ ଅଟେ l
* ପବନପୁତ୍ର ହନୁମାନ –
ରାମାୟଣ ରେ ସବୁଠୁ ଗୁରୁତ୍ୱପୂର୍ଣ ଭୂମିକା ହନୁମାନ ଙ୍କର ରହିଥିଲା l ଯିଏ କି ସର୍ବଦା ଅଜର ଓ ଅମର ଅଟନ୍ତି , ଶାସ୍ତ୍ର ଅନୁସାରେ ଯେଉଁ ୮ଜଣ ମନୀଷୀ ଏହି ପୃଥିବୀ ପୃଷ୍ଠାରେ ଅମରତ୍ୱ ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ହନୁମାନ ଜଣେ l ହନୁମାନ ଙ୍କ ଅବତାର ଭଗବାନ ରାମ ଙ୍କ ସହାୟକ ଭାବରେ ହୋଇଥିଲା l ହନୁମାନଙ୍କ ପରାକ୍ରମଃ ଅବର୍ଣ୍ଣନୀୟ ଅଟେ l ହନୁମାନ ହେଉଛନ୍ତି ମହାଦେବ ଙ୍କ ୧୧ ତମ ରୁଦ୍ର ଅବତାର l
* ଲଙ୍କାପତି ବିଭୀଷଣ –
ବିଭୀଷଣ ମଧ୍ୟ ରାମାୟଣ ର ଗୋଟିଏ ପ୍ରମୁଖ ପାତ୍ର ଅଟନ୍ତି l ଅସୁର କୂଳରେ ଜନ୍ମ ହୋଇ ମଧ୍ୟ ବିଭୀଷଣ ସର୍ବଦା ରାମଙ୍କର ଜଣେ ପରମ ଭକ୍ତ ଭାବରେ ବିବେଚିତ l ରାବଣ ର ଭାଇ ହୋଇ ମଧ୍ୟ ବିଭୀଷଣ ସତ୍ୟର ସାଙ୍ଗ ଦେଇ ପ୍ରଭୁ ଶ୍ରୀରାମ ଙ୍କ ସହିତ ହାତ ମିଳାଇଥିଲେ ଓ ରାବଣ ର ମୃତ୍ୟୁର ଭେଦ ଶ୍ରୀରାମ ଙ୍କୁ କହିଥିଲେ l
* ପର୍ଶୁରାମ –
ପର୍ଶୁରାମ ତ୍ରେତୟା ଯୁଗରେ ତପସ୍ୱୀ ଥିଲେ l ତାଙ୍କୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ବୋଲି କୁହାଯାଉ ଥିଲା l ପୌରାଣିକ ମାନ୍ୟତା ଅନୁସାରେ ତାଙ୍କର ଜନ୍ମ ଭୃଗୁ ଶ୍ରେଷ୍ଠ ମହର୍ଷି ଯମଦଗ୍ନି ଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ରୁ ବରଦାନ ଭାବରେ ମାତା ରେଣୁକା ଙ୍କ ଗର୍ଭରୁ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟ ରେ ହୋଇଥିଲା l ତାଙ୍କୁ ଏହି ପୃଥିବୀ ପୃଷ୍ଠରେ ରହିବାର ଅମର ବର ଦାନ ହୋଇଥିଲା l
* ଋଷି ମାର୍କଣ୍ଡେୟ –
ପିତାଙ୍କ ଦ୍ୱାରା ଠିକ ଭାବରେ ଭରଣପୋଷଣ ନହୋଇ ପାରିବା କାରଣରୁ ମାର୍କଣ୍ଡେୟ ବାଲ୍ୟ ସମୟରୁ ମହାଦେବଙ୍କର ପରମ ଭକ୍ତ ହୋଇଗଲେ l ସେ ମହାଦେବଙ୍କ ନିକଟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ ଓ ମହାଦେବ ସନ୍ତୁଷ୍ଟ ହୋଇଥିଲେ l ଯେତେବେଳେ ତାଙ୍କ କାଳ ପୁରୀ ଯାଇଥିଲା ଯମରାଜ ମାର୍କଣ୍ଡେୟ ଙ୍କୁ ନେବାକୁ ଆସିଥିଲେ ଓ ମହାଦେବ ଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଯମ ଙ୍କୁ ଅଟକାଇ ଦେଇଥିଲା ଏବଂ ସେ ଚିରଞ୍ଜିବୀ ହୋଇ ଯାଇଥିଲେ l
* କୃପାଚାର୍ଯ୍ୟ –
କୃପାଚାର୍ଯ୍ୟ କୌରଵ ଓ ପାଣ୍ଡଵ ଙ୍କ ଗୁରୁ ଥିଲେ l କୃପାଚାର୍ଯ୍ୟ ମହର୍ଷି ଗୌତମ ଙ୍କ ପୁତ୍ର ଥିଲେ l ତାଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ଜ୍ଞାନ ପଦୀ ନାମକ ଦେଵକନ୍ୟା କୁ ସ୍ୱର୍ଗରୁ ପଠାଇଥିଲେ l ଯାହାଙ୍କ ଗର୍ଭରୁ ୨ଟି ଯାଆଁଳା ଭାଇ ଭଉଣୀ ଜନ୍ମ ନେଲେ l ପିତା – ମାତା ଦୁହିଁଙ୍କୁ ଜଙ୍ଗଲରେ ଛାଡି ଦେଇ ଚାଲି ଯାଇଥିଲେ, ଓ ମହାରାଜା ଶାନ୍ତନୁ ଉଭୟଙ୍କୁ ଦେଖିଥିଲେ, ଓ ତାଙ୍କ ଉପରେ କୃପା କରି ତାଙ୍କର ଲାଳନ ପାଳନ କରିଥିଲେ l ଯେଉଁ କାରଣରୁ ଜଣଙ୍କ ନାମ କୃପା ଓ ଭଉଣୀ ନାମ କୄପୀ ରଖାଗଲା l କୄପୀ ଙ୍କ ବିବାହ ଗୁରୁ ଦ୍ରୋଣାଚାର୍ଯ୍ୟ ଙ୍କ ସହିତ ହୋଇଥିଲା l ନିଜ ପିତାଙ୍କ ଭଳି କୃପାଚାର୍ଯ୍ୟ ବିଖ୍ୟାତ ଧନୁର୍ଦ୍ଧର ଥିଲେ l ଯିଏକି ଅମରତ୍ୱ ବର ଲାଭ କରିଥିଲେ l
* ମହର୍ଷି ବେଦବ୍ୟାସ –
ରୁଷି ବେଦବ୍ୟାସ ହେଉଛନ୍ତି ମହାଭାରତ ଗ୍ରନ୍ଥର ରଚୟିତା l ମହାଭାରତ କାଳରେ ଘଟିଥିବା ସମସ୍ତ ଘଟଣାର ସାକ୍ଷୀ ହେଉଛନ୍ତି ବେଦବ୍ୟାସ l ମହର୍ଷି ବେଦବ୍ୟାସ ବେଦ ୪ ଭାଗରେ ବିଭାଜନ କରି ତାର ଓ ତାର ନାମକରଣ କରିଥିଲେ l ଏଣୁ ସେ ବ୍ୟାସ ରୁ ବେଦବ୍ୟାସ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ l ସେ ଆଜି ମଧ୍ୟ ଏହି ପୃଥିବୀ ପୃଷ୍ଠରେ ଚିରଞ୍ଜିବି ଅଟନ୍ତି l
* ଅଶ୍ଵତ୍ଥାମା –
ଦ୍ରଣାଚାର୍ଯ୍ୟ ଙ୍କ ପୁତ୍ର ଅଶ୍ୱତ୍ଥାମା ଙ୍କୁ ଅମରତ୍ୱ ବର ଲାଭ ହୋଇଥିଲା l କିନ୍ତୁ ଏହା କୌଣସି ବରଦାନ ନଥିଲା l ଏହା ତାଙ୍କର ପ୍ରାରବ୍ଧ ଥିଲା l ଅଶ୍ଵତ୍ଥାମା କୁରୁକ୍ଷେତ୍ର ଯୁଦ୍ଧରେ ଲଢ଼ୁଥିବା ଜୋଧା ମାନଙ୍କ ମଧ୍ୟରେ ଏକମାତ୍ର ଜୀବିତ ଜୋଧା ଥିଲେ l ଦ୍ରୌପଦୀ ଙ୍କ ପାଞ୍ଚପୁତ୍ର ଙ୍କୁ ହତ୍ୟା କରିଥିବାରୁ ଭଗବାନ ଶ୍ରୀକୃଷ୍ନ ତାଙ୍କୁ ପାପ ମୁକ୍ତି ପାଇଁ ପ୍ରାରବ୍ଧ ଦେଇଥିଲେ l ତେଣୁ ଏହି ସୃଷ୍ଟିର ବିନାଶ ପର୍ଯ୍ୟନ୍ତ ସେ ଏହି ପୃଥିବୀ ରେ ବିଚରଣ କରୁଥିଲେ l ଆଜି ମଧ୍ୟ ଅନେକ ପୌରାଣିକ ପ୍ରବଚନ ରେ ଆସ୍ୱାଥମା ଜୀବିତ ରହିବାର ସଂକେତ ମିଳିଥାଏ l
* ରାଜା ବଳି –
ଚିରଞ୍ଜିବୀ ଙ୍କ ମଧ୍ୟରୁ ବଳି ଜଣେ l ପୁରାଣପ୍ରସିଧ, ଦାନବୀର, ବିଷ୍ଣୁଭକ୍ତ , ମହାନ ଯୋଦ୍ଧା , ବିରୋଚନ ପୁତ୍ର ଦୈତ୍ୟରାଜ ବଳି l ତାକୁ ଛଳ ପୂର୍ବକ ପରାସ୍ତ କରିବା ପାଇଁ ବିଷ୍ଣୁ ବାମନ ଅବତାର ନେଇଥିଲେ l ସେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପ୍ରେରଣା ଦ୍ୱାରା ଦେବତା ଙ୍କୁ ପରାଜିତ କରି ସ୍ୱର୍ଗ ଉପରେ ଅଧିକାର କରିଥିଲା l ସେ ଖୁବ ଡାନି ଥିଲେ l ଦାନ କରି ସେ ଅହଂକାର ରେ ଭରି ଯାଇଥିଲେ l ବାମନ ଅବତାର ନେଇ ଭଗବାନ ବିଷ୍ଣୁ ମାତ୍ର ତିନିପାଦ ଭୂମି ମାଗିଥିଲେ l ଗୋଟିଏ ପାଦ ରେ ପୃଥିବୀ ଭରିଗଲା, ଦ୍ଵିତୀୟ ପାଦରେ ଆକାଶ ଓ ତୃତୀୟ ପାଦ ଭଗବାନ ବାଳୀର ମସ୍ତକରେ ରଖି ପାତାଳକୁ ଦାବି ଦେଇଥିଲେ l