Odisha news

ଗମ୍ଭାରୀଗୁଡା ବିଦ୍ୟାଳୟରେ ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ, ଫୁଟବଲ ଫାଟିଗଲା ବୋଲି ବାଡ଼ିରେ ମାଡ ମାରିଲେ ଶିକ୍ଷକ, ଆପୋଷ ବୁଝାମଣା କୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ, ସମ୍ପୃକ୍ତ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି।

0
ସିନାପାଲି : ସିନାପାଲି ବ୍ଲକ ଅଧିନସ୍ଥ ଗଣ୍ଡାବାହାଳି ପଞ୍ଚାୟତ ଗମ୍ଭାରୀଗୁଡା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଜଣେ ଛାତ୍ରଙ୍କୁ ଶିକ୍ଷକ ମାଡ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀ ମାନେ ଖେଳୁଥିବା ବେଳେ ଫୁଟବଲ ଫାଟିଯିବାରୁ ଶିକ୍ଷକ ବାଡ଼ିରେ ଛାତ୍ରକୁ ମାଡ଼ ମାରିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ହେଲେ ସ୍ଥାନୀୟ ଶିକ୍ଷକ ମାନଙ୍କ ଦ୍ଵାରା ପୀଡିତ ଛାତ୍ରର ଅବିଭାବକଙ୍କୁ ବିଭିନ୍ନ ଆଳରେ ଚାପ ପ୍ରୟୋଗ କରି ବିଦ୍ୟାଳୟ ସ୍ତରରେ ଆପୋଷ ବୁଝାମଣା କରି ସମାଧାନ କରାଯାଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଘଟଣାକୁ ସ୍ଥାନୀୟ ଅବିଭାବକ ଓ ବୁଦ୍ଧିଜୀବୀ ମହଲରେ ସହଜେ ଗ୍ରହଣହୋଇ ପାରୁ ନାହିଁ। ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ମାନେ ଦାବି କରିଛନ୍ତି। ପ୍ରାପ୍ତ ଖବର ଅନୁସାରେ ଗମ୍ଭାରୀଗୁଡା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ୨୩୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଉକ୍ତ ବିଦ୍ୟାଳୟ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହି ବିଦ୍ୟାଳୟ ଏକ କ୍ଲଷ୍ଟର ବିଦ୍ୟାଳୟ ହୋଇସାରିଛି। ହେଲେ ସ୍ଥାନୀୟ ବିଦ୍ୟାଳୟର କର୍ତ୍ତୃପକ୍ଷ ଙ୍କ ଅନୁଶାସନ ର ଅବହେଳା କାରଣରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଥିବା ସ୍ଥାନୀୟ ଅବିଭାବକ ମାନେ ପ୍ରକାଶ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀ ମାନେ ଫୁଟବଲ ଖେଳୁଥିଲେ। କୌଣସି କାରଣରୁ ଫୁଟବଲ ଫାଟି ଯାଇଥିଲା।ଏହି ସମୟରେ ସହକାରୀ ଶିକ୍ଷକ ସଂଜୀବ ମଲ୍ଲିକ ଛାତ୍ର ହରିଷ ବାଗକୁ ଫୁଟବଲ କାହିଁ ଫଟେଇଲ କହି ବାଡ଼ିରେ ନିର୍ଧୁମ ମାଡ଼ ମାରିଥିବା ଛାତ୍ର ଜଣକ ପ୍ରକାଶ କରିଛି। ଶିକ୍ଷକଙ୍କ ମାଡରେ ଉଭୟ ହରିସ ର ଜଙ୍ଘରେ ବାଡ଼ିମାଡ଼ ଚିନ୍ହ ଦେଖି ମାବାପା ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଶିକ୍ଷକ ଙ୍କ ମାଡରେ ଛାତ୍ର ଜଣକ ଲହୁଲୁହଣ ହୋଇ ପଡିଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଛାତ୍ର କୁ ପାଣି ପିଆଇଥିବା ସେମାନେ ପ୍ରକାଶ କରିଛନ୍ତି। ପରେ ଛାତ୍ର ଜଣକ ଘରକୁ ଯାଇ ମାଆ ବାପାଙ୍କୁ କହିବାରୁ ମାଡ଼ ଚିନ୍ହ ଦେଖି ମାବାପା ଦୁଃଖ ପ୍ରକାଶ କରିବା ସହ ବିଦ୍ୟାଳୟ କୁ ଆସି ଘଟଣା ସମ୍ପର୍କରେ କହିଥିଲେ । ସଂପୃକ୍ତ ଶିକ୍ଷକ ମଧ୍ୟ ମାଡ ମାରି ପାଣି ପିଆଇଥିବା ଘଟଣାକୁ ସ୍ଵୀକାର କରିଥିଲେ। ଏହି ଘଟଣାକୁ ନେଇ ଥାନାରେ କେଶ କରିବୁ ବୋଲି ପରିବାର ପକ୍ଷରୁ କହିବାରୁ ସ୍ଥାନୀୟ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ଙ୍କ ଉଦ୍ୟମରେ ଉକ୍ତ ଘଟଣାକୁ ଆଗକୁ ନବଢ଼ିବା ପାଇଁ ତାର ବାପା ରୋହିତ ବାଗକୁ ବିଭିନ୍ନ ମହଲରୁ ଚାପ ପ୍ରୟୋଗ କରି ବୁଝାସୁଝା କରିଥିଲେ। ପରେ ବାଧ୍ୟବାଧକତାରେ ଆପୋଷ ବୁଝାମଣା ରେ ସମସ୍ୟାର ସମାଧାନ କରାଯାଇଥିବା ଜଣାପଡିଛି। ଏନେଇ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଜାତୀନ୍ଦ୍ର ସେଠ ଙ୍କୁ ଯୋଗାଯୋଗ କରିବାରୁ ଘଟଣାଟି ସତ୍ୟ ଅଟେ। ସହ ଶିକ୍ଷା ଅଧିକାରୀ ପ୍ରଦୀପ ପଣ୍ଡା ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରି ଆପୋଷ ବୁଝାମଣା କରି ସମାଧାନ କରାଯାଇଛି। ସମ୍ପୃକ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ପ୍ରକାଶ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡର ବ୍ୟବହାର ଯଦି ହୁଏ ଏବଂ ଆପୋଷ ବୁଝାମଣା ରେ ଯଦି ସମାଧାନ ହୁଏ । ତାହେଲେ ସରକାରୀ ଆଇନ କାହା ପାଇଁ। ଏନେଇ ସ୍ଥାନୀୟ ଅବିଭାବକ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ତୁରନ୍ତ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ସମ୍ପୃକ୍ତ ଦୋଷୀ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଏନେଇ ସମ୍ପୃକ୍ତ ଶିକ୍ଷକ ସଂଜୀବ ମଲ୍ଲିକ ଓ ପ୍ରଧାନ ଶିକ୍ଷକ ମଧୁ ଭୋଇଙ୍କୁ ପଚାରିବାରୁ ଘଟଣା କୁ ସ୍ୱୀକାର କରିବା ସହ ଆପୋଷ ବୁଝାମଣା ହୋଇଥିବା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଛାତ୍ରର ଜେଜେମା ଘଟଣାକୁ ଗୁରୁତର ସହ ନେଇ ସଂପୃକ୍ତ ଶିକ୍ଷକ ଉପରେ ବର୍ଷିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
Govt
Leave A Reply