Odisha news

ଶିଦ୍ଧେଶ୍ୱର ପୀଠରେ ଗୁରୁ ପୂର୍ଣ୍ଣିମାରେ ସ୍ୱତନ୍ତ୍ର ପୂଜାନିତି ଓ ମହାଭିଷେକ

0
ଚଣ୍ଡିଖୋଲ/ଚଡେଇଧରା :  ଯାଜପୁର ଜିଲ୍ଲାର ଅନନ୍ୟ।ତଥା ପ୍ରଶିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ଜେନାପୁର ଥାନା ଅନ୍ତର୍ଗତ ଚଡେଇଧରା ବେଢା ପର୍ବତ ଶୀଖରରେ ଥିବା ଶ୍ରୀଗୁରୁ ଆଶ୍ରମ ଶିଦ୍ଧେଶ୍ୱର ପୀଠରେ ରବିବାର ଦିନ ପବିତ୍ର ଗୁରୁପୂର୍ଣ୍ଣିମା ତିଥି ଅବସରରେ ସ୍ୱତନ୍ତ୍ର ପୂଜାନିତି ଏବଂ ହୋମଯଜ୍ଞ ସହ ସହାଭିଷେକ ଆୟୋଜିତ ହୋଇଥିଲା! ଇତ୍ୟବସରରେ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ପରମ ଗୁରୁଦେବ ବ୍ରହ୍ମଲୀନ ସନ୍ଥ ଶିରୋମଣୀ ବାବା ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ସମାଧି ସ୍ଥଳରେ ପ୍ରତ୍ୟୁଷରୁ ସ୍ୱତନ୍ତ୍ର ପୂଜାନିତି ଓ ମହାସ୍ନାନ ସମ୍ପର୍ଣ୍ଣ ହୋଇଥିଲା! ବହୁ ଭକ୍ତ ଉପସ୍ଥିତ ହୋଇ ଗୁରୁପୂଜନ କରିବା ସହ ସ୍ୱାମୀଜୀଙ୍କୁ ଭକ୍ତି ଅର୍ଘ ଅର୍ପଣ କରିଥିଲେ! ପରେପରେ ଆଶ୍ରମର ଅଧିଷ୍ଠାତା ମହାଦେବ ଶିଦ୍ଧେଶ୍ୱରଙ୍କର ମହାଭିଷେକ, ରୁଦ୍ରାଭିଷେକ ଓ ହୋମଯଜ୍ଞ ସମ୍ପୂର୍ଣ୍ଣ ହୋଇଥିଲା! ଶ୍ରୀଗୁରୁ ଆଶ୍ରମର ବାବା ଜ୍ଞାନାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ଯଜ୍ଞୋତ୍ସବରେ ରଘୁନାଥ ସାହୁ କର୍ତ୍ତାଭାବେ ନିତି ନିର୍ବାହ କରିଥିଲେ! ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାବା ବାମନ ଦାସ,ପଣ୍ଡିତ ଦାମୋଦର ରଥ,ନିଶିକାନ୍ତ ରଥ,ସତ୍ୟାନନ୍ଦ ମିଶ୍ର,ମହେଶ୍ବର ପଣ୍ଡା ପ୍ରମୁଖ ପୂଜାନିତି ସମ୍ପର୍ଣ୍ଣ କରିଥିଲା ବେଳେ ଗୁରୁ ପୂଜନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସଚେତନ ନାଗରିକ ମଞ୍ଚ ଆବାହକ ଇଂ ସରୋଜକାନ୍ତ ବେହେରା,ପୂର୍ଣ୍ଣଚନ୍ଦ୍ର ରାଉତ,ଅଜୟ ବେହେରା,ସାମ୍ବାଦିକ ବସନ୍ତ ମଲ୍ଲିକ, ରଶ୍ମୀତା ବେହେରାଙ୍କ ସହ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇଥିଲେ!
Govt
Leave A Reply