ପାରାଦୀପ : ସିସିଟିଭି କଏଦ ହେଲା ଲାଇଭ ଲୁଟ ର ଦ୍ରୁଶ୍ୟ | ପାରାଦୀପ ରେ ବୁଲିଲା ଖଣ୍ଡା | ରାସ୍ତା ମଝିରୁ ଖଣ୍ଡା ଚୋଟ ଦେଇ ଛଡାଇ ନେଇଗଲେ ବାଇକ | ଏଭଳି ଘଟଣା ଘଟିଛି ପାରାଦୀପ ବିଶ୍ଵାଳି ଗଡ଼ା ନିକଟରେ | ତପନ କୁମାର ସ୍ୱାଇଁ ନାମକ ଜୈନିକ ଶ୍ରମିକ ଏକ କମ୍ପାନୀ ରୁ ଡିଉଟି ସାରି ଫେରୁଥିବାବେଳେ ପୂର୍ବରୁ ଲୁଟ ପାଇଁ ପ୍ରସ୍ତୁତ ଥିବା ଦୁଇ ମୁଖା ପିନ୍ଧା ଯୁବକ ରାସ୍ତା ମଝିକୁ ଆସି ତପନ ଙ୍କ ବାଇକ ଆଗରେ ଛିଡା ହୋଇ ଯାଇଥିଲେ | ତପନ ଉକ୍ତ ମୁଖା ପିନ୍ଧା ଯୁବକ ଙ୍କୁ ଦେଖି ରାସ୍ତାରେ ଅଟକିବା କ୍ଷଣି ଜଣେ ଯୁବକ ଏକ ବିରାଟ ଖଣ୍ଡା ସାହାଯ୍ୟରେ ତପନ ଙ୍କ ହାତକୁ ଏକ ଚୋଟ ଦେଇଥିଲା | ଖଣ୍ଡା ଚୋଟ ରେ ଭୟଭୀତ ହୋଇ ତପନ ତାଙ୍କୁ ବାଇକ ଦେଇଦେବା ପରେ ଉକ୍ତ ମୁଖା ପିନ୍ଧା ଦୁଇ ଯୁବକ ବାଇକ ନେଇ ଫେରାର ହୋଇ ଯାଇଥିଲେ | ତପନ ଘଟଣା ସମ୍ପର୍କରେ ତତ୍କ୍ଷଣାତ ଆସି ଲକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ଯ ପୋଲିସ ଲୁଟେରା ମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ | ଗତ କିଛିଦିନ ହେବ ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି ବୋଲି କୁହାଯାଉଛି |