Odisha news

ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି ଖର୍ସେଲ ର ନିଆଲ ପଡା ଲୋକେ

0
ସିନାପାଲି : ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ଗ୍ରାମର ନିଆଲପଡା ଲୋକେ ଆଣ୍ଠୁଏ ପାଣିରେ ଯାତାୟତ କରୁଥିବା ଅଭିଯୋଗ ହେଉଛି। ଆଜକୁ ଦୁଇବର୍ଷ ହେଲା ଉକ୍ତ ପଡା ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଉକ୍ତ ପଡା ର ଅଳିଆ ଆବର୍ଜନା ପାଣି ନିଷ୍କାସନ ରାସ୍ତା ବନ୍ଦ ହୋଇଯିବାରୁ ଏଭଳି ଅବସ୍ଥା ଦେଖାଦେଇଛି। ଏହି ସ୍ଥାନରେ ପ୍ରଶାସନ ପକ୍ଷରୁ ଡ୍ରେନ ନିର୍ମାଣ ହେବା ଫଳରେ ଏହି ଦୁରାବସ୍ଥା ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ସ୍ଥାନୀୟ ଶିଶୁ ପିଲା ମାନେ ଏହି ଅଳିଆ ଆବର୍ଜନା ପାଣିରେ ଖେଳି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖର୍ସେଲ ସରପଞ୍ଚ ବିରେନ୍ଦ୍ର ଖମାରୀ ଙ୍କୁ ପଚାରିବାରୁ ଏକ୍ସନପ୍ଲାନ ରେ ଦିଆହୋଇଥିଲା, ଅନୁମୋଦନ ହୋଇସାରିଛି। ଆସନ୍ତା ସପ୍ତାହ ମଧ୍ୟରେ କାମ ଆରମ୍ଭ ହୋଇଯିବ ବୋଲି ପ୍ରକାଶ କରିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଗଲି ରାସ୍ତାକୁ କଂକ୍ରିଟ କରଣ କରିବା ସହ ଡ୍ରେନ ନିର୍ମାଣ କରିବାକୁ ସ୍ଥାନୀୟ ତୁଲା ନିଆଲ,ଉଆସୁ ନିଆଲ,ରାମ ନିଆଲ,ଅରକ୍ଷିତ ନିଆଲ,ଗଗନ ସାହୁ,ବାସୁ ନିଆଲ,ପବିତ୍ର ମାଝୀ, କ୍ଷୀରମତି ନିଆଲ,ଅଶୋକ ନିଆଲ,ଫୁଲମତି ନିଆଲ,ହରୁଣା ନିଆଲ,ମଥୁରା ନିଆଲ,ସୁନିତା ନିଆଲ,ଝରଣା ନିଆଲ,ଟୁନା ନିଆଲ,ବୀଣା ନିଆଲ,ବିକ୍ରମ ମାଝୀ ପ୍ରମୁଖ ଦାବି କରିଛନ୍ତି।
Govt
Leave A Reply