ସିିମୁଳିଆ-୦୧/୧୧ : ସିମୁଳିଆ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ବାସଭବନ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନାରୁ ପ୍ରକାଶ ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାର୍କୋଣା ରଘୁନାରାୟଣ ବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମକୁ ସିମୁଳିଆ ବିଜେପି ପକ୍ଷରୁ ବିରୋଧ କରାଯାଇ ଆଜି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଆହ୍ୱାନକ୍ରମେ ବିଜେପି ଯୁବ ନେତା ନୀଳମାଧବ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ ମୁଖ୍ୟ ଉଦେ୍ଦଶ୍ୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଥିବା ସହିତ ସ୍କୁଲ ପିଲାଙ୍କ ପାଠପଢା ଚାଲିଥିବା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ବ୍ଲକ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଯାହା ଫଳରେ ସାଧାରଣ ଲୋକଙ୍କ ସମସ୍ୟାରେ ବାଧା ଉପୁଜିବା ଘଟଣା,ବିଡିଓଙ୍କ ଦ୍ୱାରା ୨୭ତାରିଖରେ ଚିଠିସଂଖ୍ୟା ୬୭୬୧ମୂଳେ ସିମୁଳିଆ ଅଞ୍ଚଳରେ ଥିବା ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ କରି କାର୍ଯ୍ୟକ୍ରମରେ ଯୋଗଦେବା ଘଟଣା,ସମସ୍ତ ଅଙ୍ଗନବାଡି ଓ ସି.ଆରପି. ଏବଂ ଏମ.ବି.କେ ମହିଳା ସଂଘଠନମାନେ ସେମାନଙ୍କ କାର୍ଯ୍ୟ ବନ୍ଦ କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଘଟଣାରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଥିଲା । ଏହାର ପ୍ରତିବାଦରେ ସିମୁଳିଆ ବିଜେପି ପକ୍ଷରୁ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବାକୁ ନେଇ କଡା ଚେତାବନୀ ଦେଇଥିବା ଜଣାଯାଇଛି । ଏହି ଅବସରରେ ମାର୍କୋଣା ମଣ୍ଡଳ ସଭାପତି ଅବିନାଷ ବେହେରା,ବାଲିଖଣ୍ଡ ମଣ୍ଡଳ ସଭାପତି ପ୍ରଦୀପ ରାୟ, ଜିଲ୍ଲାପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚାର ସଂପାଦକ ଭାରତୀ ମଲ୍ଲିକ,ମାର୍କୋଣା ସରପଞ୍ଚ କମଳାକାନ୍ତ ନାୟକ,ସମିତିସଭ୍ୟ ଉତ୍ତମ କୁମାର ମହାନ୍ତି ,ସରପଞ୍ଚ ଗଣେଷ ଚନ୍ଦ୍ର ସାହୁ,ସନ୍ତୋଷ ସେଠୀଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
