Odisha news

ବାସୀ ଖାଦ୍ୟ ଖାଇ ୨ ମୃତ : ୪ ଚିକିତ୍ସାଧୀନ

0

ସିମୁଳିଆ-୦୪/୦୮ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅନ୍ତର୍ଗତ ଦଧିବାମନ ପୁର ଗ୍ରାମରେ ବାସୀଖାଦ୍ୟ ଖାଇ ୧ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସା ନିମନ୍ତେ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଇସିୟୁରେ ଚିକିତ୍ସାଧିନ ଥିବା ପ୍ରଦୀପ ଦାସ (୨୦)ଙ୍କର ମୃତୁ୍ୟ ଘଟିଛି । ଘଟଣାରୁ ପ୍ରକାଶ ଦଧିବାମନ ପୁର ଗ୍ରାମର ଯୁଧିଷ୍ଠିର ଦାସଙ୍କ ପକ୍କାଘର ବୋରିଂ କାମ ·ଲିଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ହୋଇଥିଲା । ସେହି ଖାଦ୍ୟ ଖାଇ ରାତିରେ ଶୋଇବା ପରେ ସକାଳୁ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ ଜଣ ଜଣ କରି ଝାଡ଼ାବାନ୍ତି ହେବାକୁ ଲାଗିଥିଲା । ୬ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିମୁଳିଆ ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମୀଦାସ ନାମ୍ନୀ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଦୀପ ଦାସଙ୍କର ମୃତୁ୍ୟ ଘଟିଛି । ଅନ୍ୟ ଅସୁସ୍ଥ ୪ଜଣ ଯୁଧିଷ୍ଠିର ଦାସ (୫୦), ଭଗବତୀ ଦାସ (୪୫), ସୁକାନ୍ତୀ ଦାସ (୪୦), ମନୋଜ ଦାସ (୧୨)ଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ନିରୀକ୍ଷକ ଦଳ ଯୁଧିଷ୍ଠିର ଦାସଙ୍କ ପରିବାର ନିକଟରେ ପହଞ୍ଚô ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ଫେରିଛନ୍ତି ।

Nalco
Leave A Reply