ସିମୁଳିଆ : ସିମୁଳିଆ ଅଞ୍ଚଳରେ ଆଜି ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିମୁଳିଆ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିବରଣୀରୁ ପ୍ରକାଶ ସିମୁଳିଆ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଫଳରେ ଅଞ୍ଚଳବାସୀ ଏକ ପ୍ରକାର ଭୟର ବାତାବରଣ ମଧ୍ୟରେ ଜୀବନଯାପନ କରୁଛନ୍ତି । ମାତ୍ର ଉଦ୍ଭ୍ରାନ୍ତ ବ୍ୟକ୍ତିମାନେ କୈ÷ାଣସି ନିୟମ ନ ମାନି ଖୋଲମଖୋଲା ବୁଲିବା ସହ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଥିବାର ଦେଖାଯାଉଛି । ପୁଣି କଣ୍ଟେନମେଣ୍ଟ ଜୋନ ମାର୍କୋଣା ପଞ୍ଚାୟତରେ ଆଜି ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଉଭୟ ନୟାପଲ୍ଲୀ ଗ୍ରାମର ବୋଲି ଜଣାପଡିଛି ।
ଜଣେ ୧୫ବର୍ଷିୟ ବାଳକ ଓ ୨୦ବର୍ଷର ଯୁବତୀ ଥାଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କ୍ଷୀରକୋଣା ପଞ୍ଚାୟତର ବାଇଁଶୀବାଟି ଗ୍ରାମର ପୁରୁଷ ୩୪ବର୍ଷ ହୋଇଥିବାବେଳେ ମହିଳା ଜଣଙ୍କ ୩୩ବର୍ଷିୟ । ଉଭୟ ପରିବାର ଘରେ ରୁହନ୍ତି । ସେମାନେ କାହାର ଲିଙ୍କ୍ରେ ଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ରକ୍ତ ନମୁନା ପରୀକ୍ଷା କରାଯାଇଥଲେ ପଜେଟିଭ ବାହାରିବରୁ କୋବିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଏଥି ସହିତ ସିମୁଳିଆ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବାର ଜଣାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ସିମୁଳିଆ ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ସାଧାରଣରେ ଆତଙ୍କ ଖେଳିଯାଇଛି ।