ଲୋକେ ସଉକ ପୂରା କରିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି । ଅନେକଙ୍କର ଅଜବ ସଉକ ଥାଏ । ଟାଏମ୍ୟାଟ୍ ଲିଜନ୍ ମେଡୁସା ନାମକ ବ୍ୟକ୍ତି ଶରୀରର ଅଜବ ପରିବର୍ତ୍ତନର ସଉକ ରଖିଛନ୍ତି । ଏଥିପାଇଁ ସେ କସ୍ମେଟିକ୍ ସର୍ଜରି ଓ ବଡି ମଡିଫିକେଶନ୍ କରାଇସାରିଛନ୍ତି । ଏହି କାର୍ଯ୍ୟରେ ସେ ୬୧ ହଜାର ପାଉଣ୍ଡ ଖର୍ଚ୍ଚ କରିଛନ୍ତି । ଶରୀରରେ ପରିବର୍ତ୍ତନ, କାନ ହଟାଇବା ଓ ଜିଭକୁ ମଝିରୁ କାଟିବା ଉପରେ ଟାଏମ୍ୟାଟ୍ ଏହି ଅର୍ଥ ଖର୍ଚ୍ଚ କରିଛନ୍ତି । ଏହାର ଉଦ୍ଦେଶ୍ୟ ଡ୍ରାଗନ୍ ଭଳି ଦେଖାଯିବା । ବଡି ମଡିଫିକେଶନ୍ କାମ ଏବେ ବି ଚାଲିଛି । ସେ ପ୍ରଥମ ଥର ୧୯୯୭ରେ ବଡି ମଡିଫିକେଶନ୍ କରାଇମୁଣ୍ଡରେ ଦୁଇଟି ଶିଙ୍ଗ ଲଗାଇଥିଲେ । ପ୍ରଥମରୁ ଏହା ସଉକ ଥିବାବେଳେ ପରେ ତାଙ୍କ ଜୀବନର ପ୍ରମୁଖ ଅଂଶ ହେଲା । ଏବେ ଲୋକଙ୍କ ମଧ୍ୟରେ ଟାଏମ୍ୟାଟ୍ ‘ଡ୍ରାଗନ୍ ଲେଡି’ ଭାବେ ଜଣାଶୁଣା ।
