Odisha news

ବୈଜ୍ଞାନିକ ମାନଙ୍କର ନୂଆ ଅନୁସନ୍ଧାନ : ଏଲିଅନଙ୍କ ଦ୍ୱାରା ଅନ୍ତରୀକ୍ଷରୁ ମିଳିଛି ସିଗ୍ନାଲ

0

ନୂଆଦିଲ୍ଲୀ : ଆମେରିକାର ବୈଜ୍ଞାନିକ ମାନେ ଅନ୍ତରୀକ୍ଷରେ କୌଣସି ବୁଦ୍ଧିମାନ ଏଲିଅନ ସଭ୍ୟତାର ପ୍ରମାଣ ପାଇଛନ୍ତି ବୋଲି ଦାବି କରିଛନ୍ତି l ବର୍ତମାନ ଆପଣ ଭାବିବେ ଏହାର ପ୍ରମାଣ କଣ ରହିଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେରିକାର ବୈଜ୍ଞାନିକ ମାନେ ଅନ୍ତରୀକ୍ଷରେ ଥିବା କୌଣସି ବୁଦ୍ଧିମାନ ଏଲିଅନ ସଭ୍ୟତା ଦ୍ୱାରା ପଠା ଯାଇଥିବା କୋଟି କୋଟି ସିଗ୍ନାଲକୁ ଅନୁସନ୍ଧାନ କରିଛନ୍ତି l ସେମାନେ ଦାବି କରିଛନ୍ତି ଯେ ଆମର ଟେକନଲୋଜି ଅନୁସାରେ ଏହି ସିଗ୍ନାଲ ଅନ୍ତରୀକ୍ଷରୁ ଆସିଛି l ସେମାନଙ୍କୁ ଯେଉଁ ଏଲିଅନ ସଭ୍ୟତା ଦ୍ୱାରା ସିଗ୍ନାଲ ମିଳିଛି ତାହାକୁ ଟେକ୍ନୋ ସିଗିନେଚର ନାମ ଦେଇଛନ୍ତି l

ଏହା ଏକ ବିଶେଷ ପ୍ରକାରର ରେଡ଼ିଓ ୱବଲେନ୍ଥ ,ଯାହା SETI ଜରିଆରେ ଖୋଜ ଯାଉଛି l ଲସ ଆଞ୍ଜେଲସ ସ୍ଥିତ ୟୁନିଭର୍ସିଟି ଅଫ କାର୍ଲିଫନିୟର ଅନ୍ତରୀକ୍ଷ ବିଜ୍ଞାନୀ ଜିନ ଲୁକ କହିଛନ୍ତି ଯେ ଆମେ ଅନ୍ତରୀକ୍ଷରେ ଥିବା ସଭ୍ୟତା ମାନଙ୍କ ପାଖରୁ ୱବଲେନ୍ଥ ଜରିଆରେ ନିଜ ଖଜରେ ସଫଳ ହୋଇଛୁ l ସେ ଆହୁରି ମଧ୍ୟ କହିଛନ୍ତି ଅର୍ଶବ ପ୍ଲାନେଟୋରି ରାଡ଼ାର ସାହାଯ୍ୟରେ ୪୦୦ ପ୍ରକାଶ ବର୍ଷରୁ ଅଧିକ ଦୂରରେ ଥିବା ଏଲିଅନଙ୍କ ସିଗ୍ନାଲକୁ ଧରା ଯାଇ ପାରିବ l କିନ୍ତୁ ବର୍ତ୍ତମନ ଯେଉଁ ସିଗ୍ନାଲ ଆସୁଛି ତାହା ହଜାର ଗୁଣରେ ଶକ୍ତିଶାଳୀ ଅଟେ l ଏହାକୁ ଠିକ ଭାବରେ ଅନୁସନ୍ଧାନ କରିବା ପାଇଁ ଓ ଡିକୋଡ଼ କରିବା ପାଇଁ ଆମକୁ ଶକ୍ତିଶାଳୀ ଟେକନୋଲଜିର ଆବଶ୍ୟକତା ରହିଛି l

ଆମେ କେବଳ ବର୍ତମାନ ଏତିକି ଜାଣିଲୁ ଯେ ଆମ ପାଖରେ ଏଲିଅନ ସଭ୍ୟତାର ସିଗ୍ନାଲ ପହଂଚିଛି ,କିନ୍ତୁ ଆମେ ତାକୁ ଡିକୋଡ଼ କରିବା ପାଇଁ ଅକ୍ଷମ ଅଟୁ l ବୈଜ୍ଞାନିକ ଜିନ ଲୁକ ଓ ତାଙ୍କ ଦଳର ସଦସ୍ୟ ମାନେ ପଶ୍ଚିମ ଭର୍ଜିନିଆରେ ଥିବା ଶକ୍ତିଶାଳୀ ଗ୍ରୀନ ବ୍ୟାଙ୍କ ରେଡ଼ିଓ ଟେଲିସ୍କୋପ ସାହାଯ୍ୟରେ କୋଟି କୋଟି ସିଗ୍ନାଲକୁ ଅନୁସନ୍ଧାନ କରି ପାରିଛନ୍ତି l ତାଙ୍କ ବୈଜ୍ଞାନିକ ଦଳ ଦାବି କରିଛନ୍ତି ଯେ ଏହି ସିଗ୍ନାଲ ଅନ୍ତରୀକ୍ଷର ଗଭୀରତାରୁ ପୃଥିବୀକୁ ଆସୁଛି l ବର୍ତ୍ତମନ ପ୍ରଶ୍ନ ଏହା ଉଠୁଛି ଯେ ଯେପରି ମଣିଷ ମାନେ ଅନ୍ତରୀକ୍ଷରେ ବିଭିନ୍ନ ଗ୍ରହର ଅନୁସନ୍ଧାନ କରୁଛନ୍ତି ,ସେହି ଭଳି ଏଲିଅନ ସଭ୍ୟତା ମଧ୍ୟ ପୃଥିବୀ ଉପରେ ଆମକୁ ନଜର ରଖିଛନ୍ତି କି ?

Leave A Reply