୨୦୨୧ ମସିହା ଫେବୃଆରୀ ୨୮ ତାରିଖ ରବିବାର, ଓଡିଶା ବିଜ୍ଞାନ ଏକାଡେମୀ କର୍ତ୍ତୃକ ନିଜସ୍ୱ ସମ୍ମିଳନୀ
ପ୍ରକୋଷ୍ଠରେ ଜାତୀୟ ବିଜ୍ଞାନ ଦିବସ ପାଳନ କରିଛନ୍ତି । ଏହି ଅବସରରେ ଏକାଡେମୀର ସଭାପତି ପ୍ରଫେସର ପ୍ରମୋଦ
ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ବିଜ୍ଞାନ ଓ ବୈଷୟିକ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା
ଏଥିରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ବିଜ୍ଞାନ ଦିଗନ୍ତ ଓ ସାଇନ୍ସ ହୋରାଇଜନ୍ର ବିଶେଷ ସଂଖ୍ୟା ‘କୋଭିଡ-୧୯’
ଉନ୍ମୋଚିତ କରିଛନ୍ତି । ଏହି ଉତ୍ସବରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସନ୍ତୋଷ କୁମାର ଷଡ଼ଙ୍ଗୀ ସମ୍ମାନନୀୟ
ଅତିଥିରୂପେ ଯୋଗ ଦେଇ ଏକାଡେମୀ ଦ୍ୱାରା ପ୍ରକାଶିତ ମନୋଗ୍ରାଫ ‘କୃତ୍ରିମ ମେଧା’ ଉନ୍ମୋଚନ କରିଥିଲେ ।
ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିଦେ୍ର୍ଦଶିକା ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ବିଜୟିନୀ ଡକ୍ଟର ଶ୍ରୀମତୀ ସଂଘମିତ୍ରା
ପତି “ଗଙ୍କକ୍ଷଗ୍ଧସଜ୍ଞକ୍ଟକ୍ସଭସୟସଗ୍ଧଚ୍ଚ ବଦ୍ଭୟ ସଗ୍ଧଗ୍ଦ ଜ୍ଞଙ୍କକ୍ଷଗ୍ଧସକ୍ଟ୍ରକ୍ଷର ଉଷବକ୍ଷକ୍ଷରଦ୍ଭଶରଗ୍ଦ ଲକ୍ଟକ୍ସ ଷରବକ୍ଷଗ୍ଧଷ ମବକ୍ସର: ଞଷର
ଙ୍ଗଷକ୍ଟକ୍ଷର ସଗ୍ଦ ଶକ୍ସରବଗ୍ଧରକ୍ସ ଗ୍ଧଷବଦ୍ଭ ଗ୍ଧଷର ଗ୍ଦଙ୍କଜ୍ଞ କ୍ଟଲ ସଗ୍ଧଗ୍ଦ କ୍ଟ୍ରବକ୍ସଗ୍ଧଗ୍ଦ” ଉପରେ ଏକ ବକ୍ତୃତା ପ୍ରଦାନ କରିଥିଲେ ।
କିଟ୍ ୟୁନିଭରସିଟର ଚକ୍ସକ୍ଟ-ଉଷବଦ୍ଭମରକ୍ଷକ୍ଷକ୍ଟକ୍ସ ବିଜ୍ଞାନ ଏକାଡେମୀ ଦ୍ୱାରା ବିଜୁପଟନାୟକ ପୁରସ୍କାର ବିଜେତା
ପ୍ରଫେସର ଡକ୍ଟର ସୁବ୍ରତ ଆଚାର୍ଯ୍ୟ “ଇମଙ୍କଗ୍ଧର ଖସଙ୍ଖରକ୍ସ ୠବସକ୍ଷଙ୍କକ୍ସର (ଇଖୠ): ଞଷର ଓଦ୍ଭୟସବଦ୍ଭ
ଚରକ୍ସଗ୍ଦକ୍ଟ୍ରରମଗ୍ଧସଙ୍ଖର” ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ । ଏକାଡ଼େମୀର ସମ୍ପାଦକ ଇଂ. ଭଗତ ଚରଣ ମହାନ୍ତି
ବିଜ୍ଞାନ ଦିବସର କାର୍ଯ୍ୟକ୍ରମକୁ ସମସ୍ତଙ୍କ ପାଖରେ ପହଁଚାଇବା ପାଇଁ ତକ୍ଟକ୍ଟଜ୍ଞ ଚକ୍ଷବଗ୍ଧଲକ୍ଟକ୍ସଜ୍ଞ ମାଧ୍ୟମରେ ବ୍ୟବସ୍ଥା
କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।