Odisha news

ଦାଦି ମା’ କା ସ୍କୁଲ୍‌

0

ମହାରାଷ୍ଟ୍ର : ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ନିଆରା ସ୍କୁଲ୍‌ ଅଛି ଯେଉଁଠି ୬୦ରୁ ୯୦ ବର୍ଷ ବୟସର ମହିଳାମାନେ ଗୋଲାପି ଶାଢ଼ି ପିନ୍ଧି ପାଠ ପଢ଼ନ୍ତି । ତେବେ ଏହା ଦେଶର ପ୍ରଥମ ସ୍କୁଲ ଯାହା ବୟସ୍କ ମହିଳାଙ୍କୁ ଶିକ୍ଷିତ କରାଉଛି । ସ୍କୁଲରୁ ଫେରି ମହିଳାମାନେ ଘରେ ନାତିନାତୁ ଣୀଙ୍କ ସହ ମଧ୍ୟ ପାଠ ପଢୁଛନ୍ତି । ସ୍କୁଲ୍‌ର ପ୍ରତିଷ୍ଠାତା ଯୋଗେନ୍ଦ୍ର ବାଙ୍ଗର୍‌ । ଚାରିଆଡୁ ଯୋଗେନ୍ଦ୍ରଙ୍କର ଖୁବ୍‌ ପ୍ରଶଂସା କରାଯାଉଛି । ଏପରିକି ବିଦେଶରୁ ମଧ୍ୟ ଏ ସ୍କୁଲ୍‌ ଦେଖିବା ପାଇଁ ଲୋକମାନେ ଆସୁଛନ୍ତି । ଗାଁରେ ଧାର୍ମିକ ଅନୁଷ୍ଠାନ ଖୋଲାଯାଉଛି, ମହିଳାମାନଙ୍କୁ ଶିକ୍ଷିତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଯୋଗେନ୍ଦ୍ରଙ୍କ ପାଖରେ କିଛି ମହିଳା ଦାବି କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୮ ମହିଳା ଦିବସରେ ସେ ‘ଦାଦି ମା’ କା ସ୍କୁଲ୍‌’ ଖୋଲିଲେ । ସ୍କୁଲ୍‌ରେ ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ପଢ଼ା ହୁଏ ।

Nalco
Leave A Reply