କୋଭିଡ଼ ମୁକାବିଲା ପାଇଁ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ୪ ଲକ୍ଷ ୧୬ ହଜାର ୧୮୫ ଟଙ୍କା ପ୍ରଦାନ
ଭୁବନେଶ୍ୱର, ୦୮ ମଇ, ୨୦୨୦ : ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ
ଶିକ୍ଷା ପରିଷଦ ପକ୍ଷରୁ ୪ ଲକ୍ଷ ୧୬ ହଜାର ୧୮୫ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସି.ଏମ୍.ଆର.ଏଫ୍ କୁ ପ୍ରଦାନ କରାଯାଇଛି ।
ଆଜି ପୂର୍ବାହ୍ନରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଏବଂ ବିଭାଗୀୟ ସଚିବ ଶ୍ରୀମତୀ ନିୟତି ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏହି ଅର୍ଥ ରାଶି ଚେକ୍ ଆକାରରେ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ
କରିଛନ୍ତି ।