ବୋରିଗୁମ୍ମା (K.sakil Dora) : କରୋନା ଭାଇରସ ସାରା ବିଶ୍ୱକୁ ଛୀନ ଭିନ କରି ଦେଇଛି। ପ୍ରତି ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବା ବେଳେ ଆମ ଦେଶରେ କରୋନା ଆକ୍ରାନ୍ତ ଙ୍କ ମଧ୍ୟ ବୃଦ୍ଧି ପାଇଛି। ଦେଶର ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ପର୍ଯ୍ୟାୟରେ ମେ ‘ ୧୭ ତାରିଖ ପର୍ଯ୍ୟନ୍ତ ଲକ ଡାଉନ କୁ ବୃଦ୍ଧି କରିଛନ୍ତି।
ତେବେ ଗତମାର୍ଚ୍ଚ ୨୪ ତାରିଖରୁ ସମଗ୍ର ଦେଶରେ ଲକ ଡାଉନ ଆରମ୍ଭ ହୋଇଥିଲା। ଅତ୍ୟାବଶକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ନ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା। ମଦ, ଗୁଟଖା ଓ ମାଦକ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ କଟକଣା ଲଗାଯାଇଛି। ଯାହାଫଳରେ ମଦ୍ୟପ ମାନେ ମଦ ନ ପାଇ ଅସନ୍ତୋଷ ରେ ଦିନ କାଟୁଛନ୍ତି।
ଆମ ରାଜ୍ୟରେ ମଦ ଦୋକାନ ଏପର୍ଯ୍ୟନ୍ତ ଖୋଲି ନାହିଁ। କିଛି ମଦ୍ୟପ ମଦ ନ ପାଇ ଚୁପ ରହୁଥିବା ବେଳେ କିଛି ଅଭ୍ୟାସ ଗତ ବିଦେଶୀ ମଦ ପିଉଥିବା ମଦୁଆ ସଲପ ରସ ପିଉଥିବା ଦେଖାଦେଇଛି। ଏହି ସଲପ ରସ କୁ ମଦ ସ୍ୱରୂପ ପିଉଛନ୍ତି। ବୋରିଗୁମ୍ମା ବ୍ଲକ ର କିଛି ଲୋକ ମଦ ବଦଳେ ସଲପ ରସ କୁ ଆପଣେଇଛନ୍ତି।ସଲପ ହେଉଛି ଗୋଟିଏ ଗଛର ନାମ। ସେହି ସଲପ ଗଛ ଟି ୧୫ ବର୍ଷ ପରେ ସେହି ଗଛ ରୁ ରସ ନିର୍ଗତ ହୋଇଥାଏ। ବୋରିଗୁମ୍ମା ବ୍ଲକ ର ବିଭିନ୍ନ ସ୍ଥାନରେ ସଲପ ଗଛ ରହିଛି। ଏହି ରସ କୁ ଆଦିବାସୀ ସମ୍ପ୍ରଦାୟର ର ଲୋକମାନେ ପାନ କରିଥାନ୍ତି। ବର୍ତ୍ତମାନ ମଦ ର ଅଭାବ ଯୋଗୁଁ ଅଭ୍ୟାସ ଗତ ମଦୁଆ ମାନେ ସଲପ ଗଛର ଆଶ୍ରୟ ନେଇଛନ୍ତି।
ଉକ୍ତ ସଲପ ରସ କିଛି ଗଛର ଚେର କୁ ମିଶ୍ରଣ କରିଦେଲେ ସେହି ରସ ନିଶା ସଦୃଶ୍ୟ ହୋଇଥାଏ। ଏଣୁ ମଦ ନ ପାଇ ଲୋକେ ବର୍ତ୍ତମାନ ଗାଁ ମୁହାଁ ହେଉଛନ୍ତି। ସଲପ ର ଦାମ ମଦ ଦାମ ଅପେକ୍ଷା କମ ଦର ଓ ସହଜେ ଉପଲବ୍ଧ ଯୋଗୁଁ ମଦୁଆ ମାନେ ସଲପ ରସ ପିଇ ମଦ ର ମଜା ନେଉଛନ୍ତି। ରାଜ୍ୟ ସରକାର କେବେ ମଦ ଦୋକାନ ଖୋଲିବେ କିଛି ସ୍ୱଷ୍ଟ ହୋଇ ନ ଥିବା ବେଳେ ବୋରିଗୁମ୍ମା ବ୍ଲକ ସମେତ କୋରାପୁଟ ଜିଲ୍ଲାରେ ସଲପ ରସ ମଦୁଆ ପାଇଁ ସାହା ଭରସା ପାଲଟିଛି।