ହିନ୍ଦୁ ଧର୍ମରେ ଦାନ ର ଖୁବ ମହତ୍ୱ ରହିଛି l କାହିଁକି ନା ମଣିଷ ନିଜ ମୃତ୍ୟୁ ପରେ ସବୁକିଛି ଏହିଠାରେ ହିଁ ଛାଡିକି ଯିବ l କେବଳ ଯଦି କିଛି ମଣିଷ ସହିତ ଯାଇଥାଏ ତେହା ହେଉଛି ତାର ପୁଣ୍ୟ ଫଳ l ତେଣୁ ଏହି ଜୀବନ ରହିଥିବା ପର୍ଯ୍ୟନ୍ତ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ଜରୁରୀ l ବେଦ , ଗ୍ରନ୍ଥ ,ଶାସ୍ତ୍ର ଓ ପୁରାଣ ରେ ମଧ୍ୟ ଦାନ ର ମହତ୍ୱ ବିଷୟରେ କୁହାଯାଇଛି l କିନ୍ତୁ ଦାନ ଦେବାର ମଧ୍ୟ କିଛିଟା ନିୟମ ରହିଛି , ତେଣୁ ଅଜାଣତରେ ଯଦି ଆମେ କିଛିଟା ଜିନିଷ ର ଦାନ କରି ଦେଉ ତାହା ଆମ ଉପରେ ଭୁଲ ପ୍ରଭାବ ପକାଇ ଥାଏ l
ଶାସ୍ତ୍ର ଅନୁସାରେ ସପ୍ତାହ ର ୭ଦିନ ଦାନ କରନ୍ତୁ ଏହିସବୁ ବସ୍ତୁ –
* ରବିବାର – ରବିବାର ର ସମ୍ବନ୍ଧ ସୂର୍ଯ୍ୟଦେବ ଙ୍କ ସହିତ ରହିଛି l ଏହିଦିନ ଆପଣ ଗହମ, ନାଲି ଫୁଲ, ଗୁଡ଼ ଓ ମାଣିକ ରତ୍ନ ଭଳି ଜିନିଷ ଦାନ କରନ୍ତୁ l ରବିବାର ଦିନ ଏହିସବୁ ଜିନିଷ କୁ ଦାନ କରିବା ଦ୍ୱାରା ଯଶ, ସମ୍ମାନ, କୀର୍ତି ପ୍ରାପ୍ତି ହୋଇଥାଏ l
* ଷୋମବାର – ହିନ୍ଦୁ ଧର୍ମ ଅନୁସାରେ ସୋମବାର ଦିନଟି ଭଗବାନ ଶିବ ଓ ଚନ୍ଦ୍ର ଦେବ ଙ୍କ ସମ୍ବନ୍ଧିତ ଅଟେ l ଏହିଦିନ ଆପଣଙ୍କୁ ଧଳା ଜିନିଷ ଚାଉଳ, ଧଳା ବସ୍ତ୍ର, ଧଳା ଫୁଲ, ଚିନି, ନଡ଼ିଆ ପ୍ରଭୃତି ଦାନ କରିବା ଉଚିତ l ଯାହାଦ୍ୱାରା ମହାଦେବ ଙ୍କ କୃପା ପ୍ରାପ୍ତ ହେବ ଓ କୁଣ୍ଡଳୀ ରେ ଚନ୍ଦ୍ରମା ଦୋଷ ଦୂର ହେବ l
* ମଙ୍ଗଳବାର – ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ଦାନ କରାଯାଇ ଥିବା ବସ୍ତୁ ଦ୍ୱାରା ମଂଗଳଗ୍ରହ ମଜବୁତ ହୋଇ ଥାଆନ୍ତି l ମଙ୍ଗଳବାର ଦିନ ନାଲି ଫୁଲ, ନାଲି ଚନ୍ଦନ, ନାଲି ବସ୍ତ୍ର ଓ ତମ୍ବା ପାତ୍ର ଦାନ କରାଯାଇ ଥାଏ l ଏହାଦ୍ୱାରା ହନୁମାନ ଙ୍କ କୃପା ଲାଭ ହୋଇଥାଏ l
* ବୁଧବାର – ବୁଧବାର ଦିନ ଭଗବାନ ଗଣେଶ ଙ୍କ ପୂଜା କରାଯାଇ ଥାଏ, ଏହିଦିନ ବୁଦ୍ଧଗ୍ରହ ଙ୍କ ସମ୍ବନ୍ଧିତ ଅଟେ l ବୁଧବାର ଦିନ ସବୁଜ ରଙ୍ଗର ବସ୍ତୁ ଦାନ କରିବା ଜରୁରୀ l ଏହିଦିନ ସବୁଜ ଚୁଡ଼ି, ପରିବା ଓ ମୁଗ ଦାନ କରିବା ଜରୁରୀ , ଏହାଦ୍ୱାରା ସମସ୍ତ ବିଘ୍ନ ଦୂର ହୋଇଥାଏ l
* ଗୁରୁବାର – ଗୁରୁବାର ଦିନ ଟି ଗୁରୁ ବୃହସ୍ପତି ଓ ଲକ୍ଷ୍ମୀ ଙ୍କୁ ସମର୍ପିତ ଅଟେ l ଏହିଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଉଚିତ l ଏହିଦିନ ଆପଣ ଲକ୍ଷ୍ମୀ ମନ୍ଦିରରେ ଖଣ୍ଡ ହଳଦୀ ଦାନ କରନ୍ତୁ l ଏହାଛଡା ହଳଦିଆ ବସ୍ତ୍ର, ଗୁଡ଼ ଓ ଡାଲି ଦାନ କରନ୍ତୁ l ଏହାଦ୍ୱାରା ଧନ, ସମୃଦ୍ଧି, ବୈଭବ, ଯଶ ପ୍ରାପ୍ତି ହୋଇଥାଏ l
* ଶୁକ୍ରବାର – ଶାସ୍ତ୍ର ଅନୁସାରେ ଏହିଦିନ ଟି ନାରାୟଣ ଙ୍କୁ ସମର୍ପିତ ତେଣୁ ଏହିଦିନ ଧଳା ରଙ୍ଗର ବସ୍ତୁ ଯେପରିକି ଲୁଣ, ଚିନି, କ୍ଷୀର, ଧଳା ବସ୍ତ୍ର ଦାନ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l
* ଶନିବାର – ଶନିବାର ଦିନଟି ଶନିଦେବ ଙ୍କୁ ସମର୍ପିତ ଅଟେ ଓ ଶନି ଦେବ ଙ୍କର କଳା ରଙ୍ଗ ଅତି ପ୍ରିୟ ଅଟେ l ଏହିଦିନ ଆପଣ କଳା ବସ୍ତ୍ର, ଲୁହା , ସୋରିଷ ତେଲ, କଳା ରାଶି ଓ ଚମଡା ରେ ପ୍ରସ୍ତୁତ ବସ୍ତୁ ଦାନ କରନ୍ତୁ l ଏହାଦ୍ୱାରା ଶନି ଦେବ ଙ୍କ କୃପା ଲାଭ ହୋଇଥାଏ ଓ ଘରର ସମସ୍ତ କଷ୍ଟ ଦୂର ହୋଇଥାଏ l