ଭାରତ ର ପ୍ରତ୍ୟେକ ରାଜ୍ୟର କିଛିନା କିଛି ନିଜସ୍ୱ ସଂକୃତି ଓ ପରମ୍ପରା ରହିଛି, ଏବଂ ସମସ୍ତ ରାଜ୍ୟର ଭେଷ ପୋଷାକ ମଧ୍ୟ ଅନ୍ୟ ଗୋଟିଏ ରାଜ୍ୟଠାରୁ ଭିନ୍ନ ଅଟେ l ସମସ୍ତ ରାଜ୍ୟର ପାରମ୍ପରିକ ପୋଷାକ ମଧ୍ୟ ଅଲଗା ଅଟେ, ତଥାପି ଶାଢ଼ୀ ହେଉଛି ଭାରତର ପାରମ୍ପରିକ ବସ୍ତ୍ର l ଶାଢ଼ୀ କେବଳ ପାରମ୍ପରିକ ବସ୍ତ୍ର ନୁହେଁ, ଏହାଦ୍ୱାରା ଆମେ ସ୍ଟାଟସ ଓ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ପାଇଥାଉ l
ଏହି ଶାଢ଼ୀ ଭାରତର ସମସ୍ତ ରାଜ୍ୟରେ ତିଆରି ହୋଇଥାଏ, ଏବଂ ସମସ୍ତ ରାଜ୍ୟରେ ଗୋଟିଏ ସ୍ୱତନ୍ତ୍ର ପରିଚୟ ରଖିଥାଏ l କାହିଁକି ନା ଭାରତର ସମସ୍ତ ରାଜ୍ୟରେ ଏହାକୁ ପୃଥକ ଶୈଳୀ ରେ ପ୍ରସ୍ତୁତ ହେବା ସହିତ ପୃଥକ ପୃଥକ ସୂତାରେ ପ୍ରସ୍ତୁତ ହୋଇଥାଏ l ଏବଂ ଏହାର ମୂଲ୍ୟ ମଧ୍ୟ ଗୋଟିଏ ରାଜ୍ୟ ଠାରୁ ଆଉ ଗୋଟିଏ ରାଜ୍ୟରେ ଅଲଗା ହୋଇଥାଏ l
ଆଜି ଆମେ ଭାରତର ଏଭଳି କିଛି ରାଜ୍ୟର ଶାଢ଼ୀ ବିଷୟରେ ଜାଣିବା , ଯାହାର ମୂଲ୍ୟ ଜାଣିଲେ ଆକାଶ ଛୁଆଁ ଅଟେ l
– ସବୁଠୁ ପ୍ରଥମେ ଉତ୍ତରପ୍ରଦେଶ ବନାରସ ର ବନାରସୀ ସିଲ୍କ ଶାଢ଼ୀ, ଯାହାର ମୂଲ୍ୟ ୧୦ ହଜାର ରୁ ଆରମ୍ଭ ହୋଇ ୧୦ ଲକ୍ଷ ମୂଲ୍ୟର ଅଟେ l ଏବଂ କହିବାକୁ ଗଲେ ବନାରସୀ ଶାଢ଼ୀର ଚାହିଦା ସାରା ଭାରତ ବର୍ଷରେ ରହିଛି l
– ଏହାପରେ ଦ୍ଵିତୀୟ ସ୍ଥାନରେ ରହିଲା ତାମିଲନାଡୁ ର କାଂଚିପୁରମ କଞ୍ଜିବରମ ଶାଢ଼ୀ , ଯାହାର ମୂଲ୍ୟ ୮ହଜାର ରୁ ନେଇ ଦେଢ଼ ଲକ୍ଷ ରହିଛି କିମ୍ବା ତଦୁର୍ଦ୍ଧ ଅଟେ l
– ମହାରାଷ୍ଟ୍ର ର ପୈଠାନୀ ଶାଢ଼ୀ ଯାହାର ମୂଲ୍ୟ ୧୦ ହଜାର ରୁ ଆରମ୍ଭ ହୋଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ l
– ଜାମବାର ଶାଢ଼ୀ ମୂଳ ରୂପରେ କାଶ୍ମୀର ରେ ପ୍ରସ୍ତୁତ ହୋଇଥାଏ ଗୋଟିଏ ଶାଢ଼ୀ ୯ମାସ ଧରି ପ୍ରସ୍ତୁତ ହୋଇଥାଏ l ଏବଂ ଏହାର ମୂଲ୍ୟ ୧୨ ହଜାର ରୁ ଆରମ୍ଭ ହୋଇଥାଏ ଏବଂ ୧ଲକ୍ଷ ପର୍ଯ୍ୟନ୍ତ ରହିଥାଏ l
– ଗୁଜୁରାଟ ର ପଟୋଲା ଶାଢ଼ୀ ୫ହଜାର ଟଙ୍କାରୁ ଆରମ୍ଭ ହୋଇ ୨ଲକ୍ଷ ମୂଲ୍ୟ ପର୍ଯ୍ୟନ୍ତ ରହିଥାଏ l
– ପଶ୍ଚିମ ବଙ୍ଗ ର ବାଲିଚୁରି ଜରି ମିନା ସୀଲକ ଶାଢ଼ୀର ମୂଲ୍ୟ ୧୦, ୮୭୦ ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ l
