Odisha news

କରୋନା ମୁକାବିଲା ପାଇଁ ନିଜ ପାଣ୍ଠିରୁ କୋଟିଏ ଟଙ୍କା ଦେଲେ ଓଡିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା

0

ରାୟଗଡା,୨୭ ।୩(ସ.ବୁ୍ୟ)- କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କୋରାପୁଟ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ସାଂସଦ ପାଣ୍ଠିରୁ ଦେବାକୁ ଥିବା ୧ କୋଟି ଟଙ୍କା ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ଖର୍ଚ୍ଚ କରାଯିବ । ଏଥି ସହ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପାଇଁ ଦରକାର ଥିବା ସାମଗ୍ରୀର ତାଲିକା ତୁରନ୍ତ ପ୍ରସ୍ତୁତ କରିବା ନିମନ୍ତେ ରାୟଗଡା ଏବଂ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସାଂସଦ ଶ୍ରୀଉଲାକା ।

୨୦୧୯-୨୦ ଆର୍ଥିକ ବର୍ଷର ସାଂସଦ ପାଣ୍ଠିରୁ ଏହି ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ସପ୍ତଗିରି ଉଲାକା । ସାଂସଦ ଅନୁମୋଦନ କରିବାକୁ ଥିବା ଟଙ୍କା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ,ଗୋଷ୍ଠୀ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖୋଲା ଯାଇଥିବା କରୋନା କ୍ୱାରାଟାଂଇନ କେନ୍ଦ୍ରରେ ଖର୍ଚ୍ଚ କରିବା ପାଇଁ ସାଂସଦ ଶ୍ରୀଉଲାକା ପ୍ରସ୍ତାପ ଦେଇଛନ୍ତି । ଏଥି ସହ କରୋନା ମୁକାବିଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଶ୍ରୀଉଲ୍ଲାକା ।

Leave A Reply