Odisha news

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଲକ୍ ଡାଉନ ; ସମସ୍ତେ ଘରେ ରହିବା ପାଇଁ ନିଦେ୍ର୍ଦଶ ବିଡିଓ ଓ ତହସିଲାଦର ହାତରେ ଲାଠି ଧରି ବାଇକ୍ ଚାଳକଙ୍କୁ ତାଗିଦ୍

0

ଛତ୍ରପୁର ୨୭/୩ : ସାରା ବିଶ୍ୱ ଆଜି କୋରନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ମହାମାରୀ କୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କରାଯିବା ସହ ଲୋକମାନେ କିପରି ସୁରକ୍ଷିତ ରହିବେ ଏଥି ନିମନ୍ତେ କେତେଲ କଟକଣା ଜାରି କରାଯାଇଛି । ଜନସାଧାରଣ ମାନେ ଘରୁ ନ ବାହାରିବା ନିମନ୍ତେ ବିଭିନ୍ନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇ ସଚେତନ କରାଯାଉଛି । କୋରନା ର ଭୟାବହକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକୀୟ ଦୋକାନ ଗୁଡିକୁ ଖୋଲାଯିବା ସହ କେବଳ ମେଡିସିନ ଦୋକାନ ଗୁଡିକ ନିୟମିତ ଖୋଲିବାକୁ କୁହାଯାଇଛି । ଏତତ ବ୍ୟତୀତ ତେଜରାତି ଦୋକାନ,ପନିପରିବା, ଫଳ,ଖିର,ମାଛ ଦୋକାନ ଗୁଡିକ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୭ ଘଣ୍ଟା ଠାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏସବୁ ନିୟମକୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଲୋକମାନଙ୍କୁ ଅଯଥାରେ ଘରୁ ବାହାରକୁ ନ ବାହାରିବା ନିମନ୍ତେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ମାନେ ସଚେତନ କରାଇବା ସହ ତାଗିଦ୍ କରିଛନ୍ତି । ଯେଉଁମାନେ ଏ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅବସରରେ ପୋଲିସ୍ ପ୍ରଶାସନ ପକ୍ଷରୁ ସହରର ସମସ୍ତ ଯାତାୟତ ପଥକୁ ବାରକିଡ୍ ମାଧ୍ୟମରେ ବନ୍ଦ କରାଯିବା ସହ ଗାଁ ମାନଙ୍କୁ ଯିବା ଆସିବାର ଯାତାୟତ ପଥ ମଧ୍ୟ ସିଲ୍ କରିଛନ୍ତି । ଶୁକ୍ରବାର ଛତ୍ରପୁର ସହରରେ ପୁଲିସ ପକ୍ଷରୁ ଯେଉଁ ମାନେ ଅଯଥା ବୁଲୁଛନ୍ତି ସେମାନଙ୍କୁ ଦାଗିଦ୍ କରାଯାଉଥିବା ବେଳେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ବିଡିଓ ଅମ୍ବିକା ପ୍ରସାଦ ଦାଶ ଫୁଲ୍ ଆକ୍ସନ ମୁଡରେ ଥିବା ନଜରକୁ ଆସିଛି । ଉଭୟ ହାତରେ ଲାଠି ବାଡି ଧରି ବିଭିନ୍ନ ଛକରେ ରହି ଯେଉଁ ମାନେ ଅଯଥାରେ ବୁଲୁଥିବା ବାଇକ୍ ଧାରୀ ମାନଙ୍କୁ ତାଗିଦ୍ କରିବା ସହ ଡରାଉଛନ୍ତି । ଏ ଦୁଇ ଓଏଏସ ଅଫିସର ହେଲେ ସୁଦ୍ଧା ଏମାନେ ପୁଲିସ ଭଳି ହାତରେ ଲାଠି ଧରି ଅବୁଝା ଲୋକମାନଙ୍କୁ ସଚେତନତା କରାଉଛନ୍ତି । ଲୋକମାନେ କିପରୀ ସୁରକ୍ଷିତ ରହିବେ ଗଂଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସପି ଓ ଗଂଜାମ ଏସପିଙ୍କ ଠାରୁ ଆରମ୍ଭ ସମସ୍ତ ଅଧିକାରୀ ମାନେ ଦିନ ରାତି ଏକ କରି ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ତେଣୁ କିପରି ଲୋକମାନେ ଘରେ ରହିବେ ଜିଲ୍ଲାପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି ।

Leave A Reply