Odisha news

ସନ୍ତୋଷ ଖଟୁଆ ବିଜେଡି ଛାଡ଼ିଲେ

0

ଭୁବନେଶ୍ବର/ନୀଳଗିରି: ୨୦୧୯ରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ସନ୍ତୋଷ ଖଟୁଆ ଦଳ ଛାଡ଼ିଛନ୍ତି। ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଆସନ୍ତାକାଲି (ଶୁକ୍ରବାର) ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଅନୁମାନ କରାଯାଉଛି। କୁହାଯାଉଛି ଯେ ବିଜେପି ଏପର୍ଯ୍ୟନ୍ତ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବାରୁ ବିଜେପିରେ ଯୋଗ ଦେଲା ପରେ ସନ୍ତୋଷ ଖଟୁଆଙ୍କୁ ଏଠାରେ ଟିକେଟ୍ ମିଳିପାରେ।

୨୦୧୯ ନିର୍ବାଚନରେ ବିଜେପି ଟିକେଟ୍ରେ ସୁକାନ୍ତ ନାୟକ ୬୯,୫୧୭ ଖଣ୍ଡ ଭୋଟ୍ ପାଇଥିଲେ। ସେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ୧୫୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ବିଧାୟକ ସୁକାନ୍ତ ନାୟକ ଗତମାସ ବିଜେଡିରେ ସାମିଲ ହୋଇଥିଲେ। ଦଳ ଆଜି ତାଙ୍କୁ ନୀଳଗିରିରେ ପ୍ରାର୍ଥୀ କରିଛି।

ସୁକାନ୍ତ ନାୟକଙ୍କୁ ଟିକଟ ମିଳିବା ପରେ ଶଙ୍ଖ ଚିହ୍ନ ପୋଷ୍ଟର ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ଜାଳିଛନ୍ତି ସନ୍ତୋଷଙ୍କ କର୍ମୀମାନେ। ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ, ଶଙ୍ଖ ଚିହ୍ନ ମୁର୍ଦ୍ଦାବାଦର ନାରା ଦେଇଥିଲେ ସନ୍ତୋଷଙ୍କ କର୍ମୀମାନେ। ନୀଳଗିର ଏନଏସି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରି ନବୀନ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ନାରା ଦେଇଥିଲେ। ଆଗାମୀ ଦିନରେ ନୀଳଗିରିରୁ ବିଜେଡିକୁ ନିଶ୍ଚିହ୍ନ କରିବେ ବୋଲି ସନ୍ତୋଷ କହିଛନ୍ତି

Govt
Leave A Reply