ଆଜି ହେଉଛି ଅଗଷ୍ଟ ମାସ ୧୭ ତାରିଖ ସିଂହ ସଂକ୍ରାନ୍ତୀ , ସୂର୍ଯ୍ୟଦେବ କର୍କଟ ରାଶିରୁ ସିଂହ ରାଶିକୁ ଗୋଚର କରିବେ l ଶନି ପୂର୍ବରୁ କୁମ୍ଭ ରାଶିରେ ବିରାଜମାନ କରି ରହିଛନ୍ତି l ଏପରି ସ୍ଥିତିରେ ଉଭୟ ସୂର୍ଯ୍ୟ ଓ ଶନି ଦେବ ସପ୍ତମ ଘରେ ବିର୍ଜ ମାନ କରିବେ ଓ ଉଭୟ ଉଭୟଙ୍କ ସହିତ ସମ୍ନାସାମ୍ନି ହେବେ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଙ୍କର ତାଙ୍କ ପୁତ୍ର ଶନି ଦେବ ଙ୍କ ସହିତ ଭଲ ସମ୍ପର୍କ ରହି ନଥିବା କାରଣରୁ ଉଭୟ ରାଶି ସମ୍ନାସାମ୍ନି ହେବା ଦ୍ୱାରା କିଛି ରାଶିଙ୍କ ପାଇଁ କଷ୍ଟକର ହୋଇପାରେ l ଆସନ୍ତୁ ଜାଣିବା କେଉଁସବୁ ରାଶି ଗୁଡିକ ଉପରେ ରହିବ ସୂର୍ଯ୍ୟ ଶନି ଙ୍କ ସମସପ୍ତକ ଯୋଗ ର ପ୍ରତିକୂଳ ପ୍ରଭାବ l
* ସିଂହ ରାଶି ଉପରେ ରହିବ ସମସପ୍ତକ ଯୋଗ –
ସୂର୍ଯ୍ୟ ଓ ଶନି ଙ୍କ ପ୍ରଭାବ ରୁ ସିଂହ ରାଶିର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖୁବ ପ୍ରଭାବିତ ହେବ l ଏହି ସମୟରେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ କୁ ନେଇ ସତର୍କ ରହିବାକୁ ପଡିବ l ଏହି ସମୟରେ ସିଂହ ରାଶିର ବ୍ୟକ୍ତି ଖୁବ କ୍ରୋଧିତ ହେବେ ଓ ବାଣୀ ରେ କଟୁ ବାକ୍ୟ ବାହାର କରିବେ l ମାନସିକ ଚିନ୍ତା ବୃଦ୍ଧି ପାଇବ l ଜୀବନସାଥୀ ଙ୍କ ସହ କଳହ ଲାଗି ରହିବ l ବ୍ୟବସାୟ ରେ ଅର୍ଥୀ ଅସୁବିଧା ଦେଖା ଦେବ l
* କନ୍ୟା ରାଶିରେ ସମସପ୍ତକ ଯୋଗ ରହିବ –
ସୂର୍ଯ୍ୟ ଓ ଶନିଙ୍କ ପ୍ରଭାବ ରୁ କନ୍ୟା ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେବ l ଏହି ସମୟରେ ବଦଖର୍ଚ୍ଚ ବୃଦ୍ଧି ହେବ l ଲୋନ ରହିଥିଲେ ଚିନ୍ତା ବୃଦ୍ଧି ହେବ l ସ୍ୱାସ୍ଥ୍ୟବସ୍ଥା ପ୍ରଭାବିତ ହେବା ସହିତ କାମର ଚାପ ବଢ଼ିଯିବ l
* ମକର ରାଶିରେ ସମସପ୍ତକ ଯୋଗ ରହିବ –
ମକର ରାଶିର ବ୍ୟକ୍ତିଙ୍କ ଜାତକ ରେ ମଧ୍ୟ ସୂର୍ଯ୍ୟ ଓ ଶନି ଙ୍କ ନକାରାତ୍ମକ ପ୍ରଭାବ ରହିବ l ଆପଣ ଏହି ସମୟରେ କୌଣସି କେଶ ରେ ଫସି ପାରନ୍ତି l ତେଣୁ ସାମାନ୍ୟ ସମ୍ଭାଳି ନିଜକୁ ରଖିବେ l ଆଗକୁ ଯାଇ ଅନେକ ସମସ୍ୟାର ସମୁଖୀନ ହେବେ l ଏହାଛଡା ଆର୍ଥିକ କଷ୍ଟ ଦେଖାଦେବ l ଶତ୍ରୁ ଓ ବିରୋଧୀ ଙ୍କ ଠାରୁ ସତର୍କ ରହିବେ l ଏହାଛଡା ସନ୍ତାନ ନିକଟରୁ ମଧ୍ୟ କଷ୍ଟ ପାଇ ପାରନ୍ତି l
* କୁମ୍ଭ ରାଶିରେ ରହିବ ସମସପ୍ତକ ଯୋଗ –
ସୂର୍ଯ୍ୟ ଓ ଶନି ସମ୍ନାସାମ୍ନି ହେବା ଦ୍ୱାରା କୁମ୍ଭ ରାଶିର ବ୍ୟକ୍ତି ଅନେକ ଅସୁବିଧାର ସମୁଖୀନ ହୋଇ ପାରନ୍ତି l କୁମ୍ଭ ରାଶିର ବ୍ୟକ୍ତି ନିଜ ଜୀବନ ସାଥି ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ l ଏହି ସମୟରେ ଆର୍ଥିକ ସ୍ଥିତି ଠିକ ରହିବ ନାହିଁ l